ସାମାଜିକ ସଂଗଠନ ପକ୍ଷରୁ ଝୋଟି ଓ ମୁରୁଜ ପ୍ରତିଯୋଗିତା
ଜଳେଶ୍ୱର : ଓଡିଶାର ସଂସ୍କୃତି, କଳା, ପରମ୍ପରାକୁ ରୁଦ୍ଧିମନ୍ତ କରିବାଲାଗି ବିଶ୍ୱାସ ସାମାଜିକ ସଂଗଠନ ପକ୍ଷରୁ ପ୍ରୟାସ ଆରମ୍ଭ ହୋଇଛି । ଜଳେଶ୍ୱର ବ୍ଳକ ଅନ୍ତର୍ଗତ ବରଡିହା ପଂଚାୟତର ଭୋଳ ଗ୍ରାମଠାରେ ସଂଗଠନ ପକ୍ଷରୁ ଶନିବାରଦିନ ଏକ ଝୋଟି ଓ ମୁରୁଜ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ସଂଗଠନର ସାଧାରଣ ସଂପାଦକ ସଂଗ୍ରାମ କେଶରୀ ପରିଡା ଯୋଗ ଦେଇ ବୈଜ୍ଞାନିକ ଜ୍ଞାନ କୌଶଳ ଆଗରେ ଓଡିଶାର ସଂସ୍କୃତି, କଳା ଓ ପରମ୍ପରା ଦିନକୁ ଦିନ କମିବାରେ ଲାଗୁଥିବାରୁ ଏହାକୁ ଉଦ୍ଜିବୀତ ଲାଗି ଏହା ପ୍ରୟାସ ବୋଲି କହିଥିଲେ । ଏଥିରେ ୫୦ରୁ ଉର୍ଦ୍ଧ୍ୱ ପ୍ରତିଯୋଗୀ ଭାଗନେଇଥିବା ବେଳେ ମୌସୁମୀ ମାହାନ୍ତ ପ୍ରଥମ, ବେବିନା ମହାନ୍ତ ଦ୍ୱିତୀୟ ଓ ସ୍ନେହଲତା ମାହାନ୍ତ ୩ୟ ହୋଇ ପୁରସ୍କୃତ ହୋଇଥିଲେ । ସଂଗଠନର ସୁମିତ ଚାନ୍ଦ, ବ୍ରଜକିଶୋର ଗିରି, ଚନ୍ଦନ ସାହୁ ପ୍ରମୁଖ ପରିଚାଳନା କରିଥିଲେ ।
