ରାଜ୍ୟର କୋଭିଡ୍ ସ୍ଥିତି ପରଖିବା ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍
ଭୁବନେଶ୍ୱର : ରାଜ୍ୟରେ ସଂକ୍ରମଣ କମୁନଥିବାରୁ କୋଭିଡ ସ୍ଥିତି ସମୀକ୍ଷା ଲାଗି କେନ୍ଦ୍ରୀୟ ଟିମ୍ ଭୁବନେଶ୍ବରରେ ପହଞ୍ଚିଛନ୍ତି । ଓଡିଶା ଅଧିକ ସଂକ୍ରମଣ ଆସିବାର କାରଣ ଓ ଏହାକୁ ନିୟନ୍ତ୍ରଣ କରିବାର ଉପାୟ ଖୋଜିବାକୁ କେନ୍ଦ୍ର ପକ୍ଷରୁ ୬ଟି ରାଜ୍ୟକୁ ଟିମ୍ ପଠାଯାଇଛି । ଏହି ରାଜ୍ୟଗୁଡିକର ଦୁଇ ସଦସ୍ୟ ବିଶିଷ୍ଟ ଉଚ୍ଚ ସ୍ତରୀୟ ଦଳ ଜଣେ ଚିକିତ୍ସକ ଏବଂ ଜନସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କୁ ନେଇ ଗଠିତ ହୋଇଛି। ଦଳଗୁଡିକ ତୁରନ୍ତ ରାଜ୍ୟ ଗସ୍ତ କରିବେ ଏବଂ କରୋନା ପରିଚାଳନାର ସାମଗ୍ରିକ କାର୍ଯ୍ୟକାରିତା ଉପରେ ନଜର ରଖିବେ।
ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍ । ରାଜ୍ୟରେ କୋଭିଡ୍ ସ୍ଥିତି ଅନୁଧ୍ୟାନ ସହ କୋଭିଡ୍ ନିୟନ୍ତ୍ରଣ ପାଇଁ ଓଡିଶା ଆସିଛନ୍ତି ଏହି ଟିମ୍ । ଶିବାନୀ ଦତ୍ତଙ୍କ ନେତୃତ୍ବରେ ଦୁଇ ଜଣିଆ ଟିମ୍ ସୋମବାର ଆସି ଭୁବନେଶ୍ବରରେ ପହଞ୍ଚିଛନ୍ତି । ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ସହ କରୋନା ସ୍ଥିତି ନେଇ ଆଲୋଚନା ଜାରି ରହିଛି । ରାଜ୍ୟର କରୋନା ସ୍ଥିତି ନେଇ କେନ୍ଦ୍ରୀୟ ଟିମ୍ ନିକଟରେ ସାମଗ୍ରିକ ରିପୋର୍ଟ ଦାଖଲ କରିବେ ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ । ପ୍ରାଥମିକ ଆଲୋଚନା ପରେ କେନ୍ଦ୍ରୀୟ ଟିମ ଅଧିକ ସଂକ୍ରମିତ ଜିଲ୍ଲାକୁ କ୍ଷେତ୍ର ପରିଦର୍ଶନରେ ଯିବାର କାର୍ଯ୍ୟକ୍ରମ ରହିଛି । ଓଡିଶା ବ୍ୟତୀତ ଅନ୍ୟ ୫ ରାଜ୍ୟକୁ ମଧ୍ୟ ଯିବ କେନ୍ଦ୍ରୀୟ ଟିମ୍ । କେରଳ, ଅରୁଣାଚଳ ପ୍ରଦେଶ, ତ୍ରିପୁରା, ଛତିଶଗଡ, ମଣିପୁରକୁ ଯିବ ଟିମ୍ । ବହୁଳ କୋଭିଡ୍ ସଂକ୍ରମିତ ରାଜ୍ୟକୁ ଟିମ୍ କେନ୍ଦ୍ର ପଠାଇଛନ୍ତି ଟିମ୍ । କୋଭିଡ୍ ସୁପରିଚାଳନା ପାଇଁ ପରାମର୍ଶ ଦେବ ଏହି ଟିମ୍ । ଟିମ୍ର ରିପୋର୍ଟ ଆଧାରରେ କେନ୍ଦ୍ର ସରକାର ପଦକ୍ଷେପ ନେବେ । କୋଭିଡ୍ ନିୟନ୍ତ୍ରଣ, କଣ୍ଟେନମେଣ୍ଟ ଜୋନ୍ ନେଇ ଏହି ଟିମ୍ ପରାମର୍ଶ ଦେବ ।
