ରାସ୍ତାରେ ଜଳିଗଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଯାତ୍ରୀ
କଟକ: ରାସ୍ତା ଉପରେ ଜଳିଗଲା କାର୍ । କଟକର ଲିଙ୍କ୍ ରୋଡ ଫ୍ଲାଏଓଭରରେ ଦେଖିବାକୁ ମିଳିଛି ଏଭଳି ଘଟଣା । ରାସ୍ତାରେ ଯାଉଥିବା ସମୟରେ କାର୍ ଜଳିବା ଆରମ୍ଭ କରିଥିଲା । ତେବେ ଏଥିରେ ଗାଡ଼ିରେ ଥିବା ୪ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।
ଖବର ପାଇ ଆଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ନିଆଁକୁ ଆୟତ୍ତ କରିଥିଲା । ଅଗ୍ନିକାଣ୍ଡର କାରଣ ସ୍ପଷ୍ଟ ହୋଇନଥିଲେ ମଧ୍ୟ ସର୍ଟ ସର୍କିଟ ଯୋଗୁଁ ଏଭଳି ପରିସ୍ଥିତି ଉପୁଜିଥିବା ଆଶଙ୍କା କରାଯାଉଛି । କାର୍ ଟି କଟକରୁ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରୁଥିବା ସମୟରେ ଏହି ଘଟଣା ଘଟିଥିଲା ।
