ମହାବୀର ବଣିକ ମହାସଂଘର ବାର୍ଷିକ ଉତ୍ସବ ପାଳିତ
ଦଶପଲ୍ଲା : ଦଶପଲ୍ଲା ଏନଏସି ଅନ୍ତର୍ଗତ ମହାସଂଘ ନିଜସ୍ବ କାର୍ଯାଳୟ ଠାରେ ଆଜି ମହାସଂଘର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ମହାସଂଘର ସଭାପତି ଅଲେଖ ସାହୁଂକ ଅଧ୍ଯକ୍ଷତାରେ ଅନୁଷ୍ଠିତ ଉତ୍ସବରେ ୧୪ଟି ବଣିକ ସଂଘର କର୍ମକର୍ତ୍ତା ଓ ମହାସଂଘର କର୍ମକର୍ତ୍ତା ଉପସ୍ଥିତ ଥିଲେ। ଉତ୍ସବରେ ଅନ୍ୟମାନଙ୍କ ମଧ୍ଯରେ ସଂଘର ଉପ ସଭାପତି ଉମାକାନ୍ତ ସାହୁ, ସମ୍ପାଦକ ପ୍ରଶାନ୍ତ କୁମାର ସାହୁ, ସହ ସମ୍ପାଦକ ସନ୍ତୋଷ କୁମାର ପଣ୍ଡା, କୋଷାଧ୍ୟକ୍ଷ ବିଜୟ କୁମାର ରାୟ ପ୍ରମୁଖ ଉପସ୍ଥିତ ଥିଲେ। ପରେ ମହାସଙ୍ଘର ଦୁଇ ଜଣ ବରିଷ୍ଟ ସଦସ୍ୟ ଲଡୁ କିଶୋର ସାହୁ ଓ ଶ୍ରୀଧର ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇ ଥିଲା। ଏହି ସଭାରେ ବରିଷ୍ଠ ବ୍ୟବସାୟୀ ତାରାକାନ୍ତ ସାହୁ, ଦଣ୍ଡପାଣି ସାହୁ, ସାଜନ କୁମାର ରାୟ, ନାରାୟଣ ମହାନ୍ତି , ସଂଯୁକ୍ତା ଦାସଗୁପ୍ତାଙ୍କ ସମେତ ସମସ୍ତ ବଜାରର କର୍ମକର୍ତା ଏକତ୍ରିତ ହୋଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏଥିପୂର୍ବରୁ ମହାସଂଘ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ଦଶପଲ୍ଲା ସହର ପରିକ୍ରମା କରିଥିଲା। ଶେଷରେ ସନ୍ତୋଷ କୁମାର ମିଶ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।
