ଜଳସଂପଦ ବିଭାଗର ଉନ୍ନୟନମୂଳକ କାର୍ଯ୍ୟ ସମୀକ୍ଷା ତଦାରଖ କଲେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ
କଟକ : ରାଜ୍ୟ ଜଳସଂପଦ ବିଭାଗର ଜଗତପୁରସ୍ଥିତ ମହାନଦୀ ନର୍ଥ ଡିଭିଜନ ଅଧିନରେ ରହିଥିବା କେନାଲ୍ ରାସ୍ତା ସହିତ ଏବେ ଚାଲୁ ରହିଥିବା ନଦୀବନ୍ଧର ସୁରକ୍ଷା ଉପରେ ନିଆଯାଉଥିବା ପଦକ୍ଷେପକୁ ଆଜି ତଦାରଖ କରିଛନ୍ତି ଖୋଦ୍ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ରଥ । ସୂଚନାଯୋଗ୍ୟ ଯେ, ଏହି ଡିଭିଜନ ଅଧିନରେ କେନ୍ଦ୍ରାପଡା କେନାଲ, ପୁନ୍ଦାଳ ବ୍ରାଂଚ କେନାଲ, କରାଣ୍ଡିଆ ବ୍ରାଂଚ କେନାଲ ଓ ହାଇ ଲେବୁଲ କେନାଲ ରହିଥିବା ବେଳେ ଏହିସବୁ କେନାଲ ଦ୍ୱାରା ୪୧ ହଜାର ୯୬.୪୩୦ ହେକ୍ଟର ଜମିରେ ଚାଷ କାର୍ଯ୍ୟ କରାଯାଇଥାଏ । ତେବେ ଗତ ବନ୍ୟା ଓ ବର୍ଷାରେ ଉଭୟ କେନାଲ ଓ ନଦୀବନ୍ଧ କ୍ଷତିଗ୍ରସ୍ତ ହୋଇଥିବାରୁ ସେସବୁର ମରାମତି ପାଇଁ ଚଳିତ ୨୦୨୨-୨୩ ଆର୍ôଥକ ବର୍ଷରେ ପର୍ଯ୍ୟାପ୍ତ ପରିମାଣର ଆର୍ôଥକ ଅନୁଦାନ ଦିଆଯାଇଥିଲା । ହେଲେ ଚାଲୁ ରହିଥିବା କାର୍ଯ୍ୟଗୁଡିକର ମାନକୁ ଆଜି ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ସହ ଅଧିକ୍ଷଣ ଯନ୍ତ୍ରୀ ସଂଜିବ କୁମାର ବେହେରା ତଦାରଖ କରିଥିଲେ । ମୁଖ୍ୟତଃ ଚିତ୍ରୋତ୍ପଳା ବାମ ନଦୀବନ୍ଧ, ସାପୁଆ ନଦୀର ଉପରେ ନିର୍ମାଣାଧିନ ପୋଲ, ଆତୋଡା ଗ୍ରାମରେ ମହାନଦୀ ବାମ ପାଶ୍ୱର୍ସ୍ଥ ନଦୀବନ୍ଧ, ଧବଳେଶ୍ୱର ସ୍ଥିତ ମଂଚେଶ୍ୱର ପାଖ ମହାନଦୀ ବାମ ପଟ, ବିରୂପା ନଦୀର ଦକ୍ଷିଣ ପଟର ପ୍ରଧାନପଡା ଓ ଗଣିପୁର ରାସ୍ତା, ମହାନଦୀର ଭୂଆଷୁଣି ଛକ ପାଶ୍ୱର୍ସ୍ଥ ନଦୀ ବନ୍ଧ ସ୍ଥିତିକୁ ସେ ଅନୁଧ୍ୟାନ କରିଥିଲେ ।
