ନୀଳଗିରି ଏନ.ଏ.ସି.ର ୫ମ ଅଧିବେଶନ ଅନୁଷ୍ଠିତ
ନୀଳଗିରି : ନୀଳଗିରି ଏନ.ଏସି.ର ୫ମ ଅଧିବେଶନ ନୀଳଗିରି ଏନ.ଏ.ସି.ର ଅଧ୍ୟକ୍ଷା ଅମ୍ବିକା ଦାସଙ୍କ ଅଧ୍ୟକ୍ଷତାରେ ଶାନ୍ତିପୂର୍ଣ୍ଣ ଭାବେ ସମାପନ ହୋଇଅଛି । ଆଜିର ବୈଠକରେ ମୁଖ୍ୟତଃ ଏନ.ଏ.ସି.ର ଆଲୋକିକରଣ, ସୌନ୍ଦର୍ଯ୍ୟକରଣ ସହ ଏନ.ଏ.ସି.ର ୪ଦିଗରେ ଅର୍ଥାତ ଦୁଷମାଳି, ଗୋପିନାଥପୁର, ପାନବରଜ ଓ ମିରିଗିଣି ଠାରେ ୪ଟି ସ୍ୱାଗତ ତୋରଣ ନିର୍ମାଣ ଉପରେ ଆଲୋଚନା କରାଯାଇଥିଲା । ଏନ.ଏ.ସି.କୁ ଅଧିକ ସୁନ୍ଦର କରିବା ପାଇଁ ଉପସ୍ଥିତ କାଉନସିଲର, ଉପାଧ୍ୟକ୍ଷ ମହେନ୍ଦ୍ର ବେହେରା ସହମତି ପ୍ରଦାନ କରିଥିଲେ । ଶାନ୍ତିପୂର୍ଣ୍ଣ ବାତାବରଣରେ ୫ମ ଅଧିବେଶନ ଶେଷ ହୋଇଥିବା ବେଳେ ଅଧ୍ୟକ୍ଷା ଅମ୍ବିକା ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିବା ସହ ଆଗତ ସମସ୍ତ ପ୍ରକଳ୍ପକୁ ଅନୁମୋଦନ ପାଇଁ ସର୍ବସମ୍ମତି କ୍ରମେ ଗ୍ରହଣ କରିବା ପାଇଁ ନିଷ୍ପତି ହୋଇଥିଲା । ଏହି ଅଧିବେଶନରେ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ବିଧାୟକଙ୍କ ପ୍ରତିନିଧି ରାଧାଗୋବିନ୍ଦ ଖଟୁଆ, ଏନ.ଏ.ସି. କାର୍ଯ୍ୟନିର୍ବାହୀ ଅଧିକାରୀ ଅକ୍ଷୟ କୁମାର ବଡ଼ୁ, ଓ ଏନ.ଏ.ସି. ର ସମସ୍ତ କାଉନସିଲର ଉପସ୍ଥିତ ଥିଲେ ।
