୨୭ତମ ଦେଉଳା ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ କୁବେରା ପଞ୍ଚାୟତ ଅଧୀନ ଦେଉଳା ଠାରେ ଚାଲିଥିବା ୨୭ତମ ଦେଉଳା ପ୍ରିମିୟର ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇ ଯାଇଛି । ଏହି ଫାଇାନଲ ମ୍ୟାଚ କ୍ରେଜି ଇଲେଭେନ ଭଦ୍ରକ ଏବଂ ଓଡ଼ିଶା ଇଲେଭେନ ବାରିପଦା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ କ୍ରେଜି ଇଲେଭେନ ଟସ୍ ଜିତି ବ୍ୟାଟିଂ କରି ୧୭.୩ ଓଭର ଖେଳି ୧୪୬ ରନ ସଂଗ୍ରହ କରି ସମସ୍ତ ଉଇକେଟ ହରାଇଥିଲା । ଜବାବରେ ଓଡ଼ିଶା ଇଲେଭେନ ବାରିପଦା ୧୦.୩ ଓଭର ଖେଳି ୨ ଉଇକେଟ ହରାଇ ୧୪୯ ରନ୍ ସଂଗ୍ରହ କରି ଏକ ସହଜ ବିଜୟ ହାସଲ କରିଥିଲା । ଏହି ଅବସରରେ ଅନୁଷ୍ଠିତ ପୁରସ୍କାର ବିତରଣ ସଭାରେ ମୁଖ୍ୟ ଅତିଥି ଭାବେ ଧାମନଗର ବିଧାୟକ ସୂର୍ଯ୍ୟବଂଶୀ ସୂରଜ, ସମ୍ମାନିତ ଅତିଥି ଭାବେ ଜିଲାପରିଷଦ ସଭ୍ୟା ସୁଶ୍ରୀ ବିଦ୍ୟୁତଲତା ନାୟକ, ତିହିଡ଼ି ଥାନା ଅଧିକାରୀ ତପନ କୁମାର ପ୍ରଧାନ, କୁବେରା ସରପଞ୍ଚ କୀର୍ତ୍ତି ଚନ୍ଦ୍ର ସେଠୀ, ସମିତିସଭ୍ୟା ସସ୍ମିତା ବେହେରା, ପୂର୍ବତନ ଜିଲାପରିଷଦ ସଭ୍ୟ ଦେବେନ୍ଦ୍ର କୁମାର ପୁହାଣ, ଜୟ ଜଗନ୍ନାଥ ସ୍ପୋର୍ଟସ ଆସୋସିଏସ ସଭାପତି ପ୍ରଦୀପ ଦାସ ପ୍ରମୁଖ ଯୋଗ ଦେଇ ବିଜୟୀ ଦଳକୁ ଟ୍ରଫି ଓ ରନର୍ସଅପ୍ ଦଳକୁ କପ୍ ପ୍ରଦାନ କରିଥିଲେ । ମ୍ୟାନ ଅଫ ଦି ମ୍ୟାଚ ଭାବେ ସାଗର କୁମାର ଏବଂ ମ୍ୟାନ ଅଫ ଦି ସିରିଜ୍ ଭାବେ ନିଶିକାନ୍ତ, ଶୃଙ୍ଖଳିତ ଖେଳାଳୀ ଭାବେ କୁମାର କବୀରଙ୍କୁ ପୁରସ୍କୃତ କରାଯାଇଥିଲା । ଅମ୍ପେୟାର ଭାବେ ଅନୀଲ କୁମାର ନାୟକ, ସତ୍ୟନାରାୟଣ ସାବତ, ଶ୍ରୀକାନ୍ତ ବେହେରା ଖେଳ ପରିଚାଳନା କରିଥିବା ବେଳେ ଶୈଳେନ୍ଦ୍ର ବେହେରା ଧାରା ବିବରଣୀ ପ୍ରଦାନ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟକୁ କ୍ଲବର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ପରିଚାଳନା କରିଥିଲେ ।
