୨୫ତମ ମା’ ତାରିଣୀ ଚ୍ୟାଲେଞ୍ଜ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଘାଟିତ
ତିହିଡ଼ି : ଭଦ୍ରକ ଜିଲା ତିହିଡ଼ି ବ୍ଲକ ମଙ୍ଗଳପୁର ପଞ୍ଚାୟତ ଅଧୀନ କମାରିଆ ତାରିଣୀ ପଡ଼ିଆରେ ୨୫ତମ ମା’ ତାରିଣୀ ଚ୍ୟାଲେଞ୍ଜ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଣ୍ଟ ମଙ୍ଗଳବାର ଉଦ୍ଘାଟିତ ହୋଇ ଯାଇଛି । ଏହି ଟୁର୍ଣ୍ଣାମେଣ୍ଟକୁ ମୁଖ୍ୟ ଅତିଥି ଭାବେ ଏପିଏସ୍ପିଏସ୍ ହାଇସ୍କୁଲର ପ୍ରଧାନ ଶିକ୍ଷକ ଭକ୍ତବନ୍ଧୁ ପତି ଏବଂ ସମ୍ମାନିତ ଅତିଥି ଭାବେ ବିଜ୍ଞାନ ଶିକ୍ଷକ ବିପ୍ଳବ କୁମାର ପହି ଯୋଗ ଦେଇ ଉଦ୍ଘାଟନ କରିଥିଲେ । ଏହି ଅବସରରେ ପୀରହାଟର ଅରୂପା ୱାରିୟସ ଏବଂ ଫତେପୁର ପଞ୍ଚାୟତ କ୍ରିକେଟ ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଫତେପୁର ଟସ୍ ଜିତି ନିର୍ଦ୍ଧାରିତ ଓଭରରେ ୯ ଉଇକେଟ ବିନିମୟରେ ୪୪ରନ୍ ସଂଗ୍ରହ କରିଥିଲା । ଜବାବରରେ ଅରୂପା ୱାରିୟସ ମାତ୍ର ୪.୨ ଓଭରରେ ବିନା ଉଇକେଟରେ ଏକ ସହଜ ବିଜୟ ହାସଲ କରିଥିଲା । ବିଜୟ କୁମାର ମଲ୍ଲିକ ଓ ଚନ୍ଦନ ବାରିକ ଅମ୍ପେୟାର ଭାବେ ଖେଳ ପରିଚାଳନା କରିଥିବା ବେଳେ ସ୍କୋରର ରାମଚନ୍ଦ୍ର ସାହୁ, ରୁଦ୍ର ନାୟକ ଏବଂ ରବିନ୍ଦ୍ର ପାଣି ସତ୍ୟପ୍ରକାଶ ପତି ଧାରାବିରଣୀ ପ୍ରଦାନ କରିଥିଲେ । ଅଭୟ ନାୟକ, ଅଜୟ ମଲ୍ଲିକ, ବିଶ୍ୱନାଥ କରଣ, କିଶୋର ଚନ୍ଦ୍ର ରାଉଳ, ରବିନ୍ଦ୍ର ନାୟକ, ଦୟାନିଧି ପରିଡ଼ା, ମାୟାଧର ଜେନା, ସନାତନ କରଣ, ପ୍ରଦୀପ ରାଉଳ, ମୃତ୍ୟୁଞ୍ଜୟ କରଣ, ମାନସ ନାୟକ, ଈଶ୍ୱର ରାଉଳ, ସୁକାନ୍ତ ସମୀର ନାୟକ, ଦେବାଶିଷ କରଣ ପ୍ରମୁଖ ଟୁର୍ଣ୍ଣାମେଣ୍ଟ ପରିଚାଳନାରେ ସହଯୋଗ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟ ୬ଦିନ ଧରି ଦିବାରାତ୍ର ଅନୁଷ୍ଠିତ ହେବ ବୋଲି ଆୟୋଜ ମା’ ତାରିଣି କ୍ଲବ ପକ୍ଷରୁ ସୂଚନା ଦିଆଯାଇଛି ।
