ଟାଟାଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟସ୍) ପ୍ରତିଯୋଗିତାର ୧୬ତମ ସଂସ୍କରଣଏବେ ଅନ୍ଲାଇନ୍ରେ ପଠାଣିସାମନ୍ତ ପ୍ଲାନେଟାରିୟମ୍ ସହଭାଗିତାରେ ଆୟୋଜିତ
ଭୁବନେଶ୍ୱର : ମହାକାଶବିଜ୍ଞାନ କ୍ଷେତ୍ରରେ ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କ ପ୍ରତିଭା ଚିହ୍ନଟ ଓ ପ୍ରସାରଲକ୍ଷ୍ୟରେ ଆୟୋଜିତ କରାଯାଉଥିବା ଟାଟାଷ୍ଟିଲ ଯୁବଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟସ୍) ପ୍ରତିଯୋଗିତାର ୧୬ତମ ସଂସ୍କରଣଏବେ ଅନ୍ଲାଇନ୍ରେ ଆୟୋଜିତହେବ ।ପଠାଣିସାମନ୍ତ ପ୍ଲାନେଟାରିୟମ୍ସହଭାଗିତାରେ ଆୟୋଜିତ ୟାଟସ୍ ଚଳିତବର୍ଷ ହାଇବ୍ରିଡ଼ ମୋଡ଼ରେ ଆୟୋଜନ କରାଯାଉଛି ।ଏଥିରେ ଛାତ୍ରଛାତ୍ରୀମାନେ ବ୍ୟକ୍ତିଗତ ଭାବେବିଦ୍ୟାଳୟରେ କିମ୍ବାଭର୍ଚୁଆଲ ୟାଟସ୍ୱେବ୍ସାଇଟ୍ ଜରିଆରେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିପାରିବେ ।ଓଡ଼ିଶାର ସମସ୍ତବିଦ୍ୟାଳୟର ୯ମ ଓ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀ ଏଥିରେ ଅଂଶଗ୍ରହଣ କରିବାସହିତ କ୍ଲିକ୍କରି ପରୀକ୍ଷା ଦେଇପାରିବେ ।ଏହି ପରୀକ୍ଷା ଅନ୍ତର୍ଗତକ୍ଷୁଦ୍ର ପ୍ରଶ୍ନାବଳୀସହିତ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ଆୟୋଜିତହେବ ।ସେପ୍ଟେମ୍ବର ୧୦ ଓ ୧୧ରେ ମକ୍ଟେଷ୍ଟ ହେବାକୁଥିବାବେଳେ ସେପ୍ଟେମ୍ବର ୧୭ ରୁ ୨୩ ତାରିଖ ମଧ୍ୟରେ ଫାଇନାଲ୍ ଅନ୍ଲାଇନ୍ ଟେଷ୍ଟ ଆୟୋଜନ କରିବାକୁ ନିର୍ଦ୍ଧାରିତ କରାଯାଇଛି ।ମକ୍ଟେଷ୍ଟ ବିଦ୍ୟାର୍ଥୀମାନଙ୍କୁ ମେନ୍ଟେଷ୍ଟର ଫର୍ମାଟ୍ ବୁଝିବାରେ ସହାୟତା କରିବ ।ମେନ୍ ଅନ୍ଲାଇନ୍ ଟେଷ୍ଟ ବିଦ୍ୟାର୍ଥୀମାନଙ୍କୁ ମହାକାଶବିଜ୍ଞାନ ଉପରେ ନିଜ ଜ୍ଞାନକୁ ପରଖିବା ସହିତ ୟାଟସ୍ ୨୦୨୨ ଗ୍ରାଣ୍ଡ ଫିନାଲେ ପାଇଁ ମନୋନୀତ ହେବାକୁ ସୁଯୋଗ ପ୍ରଦାନ କରିବ । ଚଳିତବର୍ଷ ଜୁଲାଇ ୧ ତାରିଖ ଦିନ ୟାଟସ୍ର ୧୬ତମ ସଂସ୍କରଣର ଶୁଭାରମ୍ଭ କରାଯାଇଥିଲା ।ବର୍ତମାନ ଓଡ଼ିଶାର ୩୦୦ଟି ବିଦ୍ୟାଳୟରେ କୁଇଜ ଓ ପ୍ରବନ୍ଧ ପ୍ରତିଯୋଗିତାର ଆୟୋଜନ କରାଯାଉଛି ।ବିଦ୍ୟାଳୟରେ ଆୟୋଜିତ ପ୍ରତିଯୋଗିତାରେ ଭାଗନେଇ ପାରୁନଥିବା ବିଦ୍ୟାର୍ଥୀମାନେ କେବଳ ଏହି ଅନ୍ଲାଇନ୍ ଟେଷ୍ଟରେ ଭାଗ ନେଇପାରିବେ ।ବିଦ୍ୟାଳୟ ଓ ଅନ୍ଲାଇନ୍ ଟେଷ୍ଟ ଆଧାରରେ ପ୍ରତ୍ୟେକ ଜିଲ୍ଲାରୁ ଶ୍ରେଷ୍ଠ ୨ ଜଣ ପ୍ରତିଯୋଗୀଙ୍କୁ ଡିସେମ୍ବର ୧୩ ତାରିଖରେ ଭୁବନେଶ୍ୱରସ୍ଥିତ ପଠାଣିସାମନ୍ତ ପ୍ଲାନେଟାରିୟମ୍ରେ ଆୟୋଜିତ ହେବାକୁ ଥିବାଗ୍ରାଣ୍ଡ ଫିନାଲେ ନିମନ୍ତେ ଆମନ୍ତ୍ରିତକରାଯିବ ।ଏହି ଅବସରରେ ବ୍ୟକ୍ତିଗତ ସାକ୍ଷାତକାର ଆଧାରରେ ଚୂଡ଼ାନ୍ତ ମୂଲ୍ୟାଙ୍କନ ପରେଶ୍ରେଷ୍ଠ ୨୦ ଜଣ ବିଜେତାଙ୍କ ନାମଘୋଷଣା କରାଯିବା ସହିତ ସେମାନଙ୍କୁ ସମ୍ମାନିତ କରାଯିବ । ଜ୍ୟୋତିର୍ବିଜ୍ଞାନର ରହସ୍ୟ ସମ୍ପର୍କରେ ଯୁବ ପ୍ରତିଭାମାନଙ୍କ ଜ୍ଞାନ ପରିସୀମାକୁ ବୃଦ୍ଧି କରିବା ଦିଗରେୟାଟସ୍ ୧୫ ବର୍ଷ ପୁରଣକରିଛି । ଓଡ଼ିଶାର ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଅନ୍ତରୀକ୍ଷ ବିଜ୍ଞାନକୁ ଓଡ଼ିଶାର କିମ୍ବଦନ୍ତୀ ପୁରୁଷଜ୍ୟୋତିର୍ବିଜ୍ଞାନୀ ପଠାଣିସାମନ୍ତଙ୍କ ଅବଦାନକୁ ଲୋକପ୍ରିୟକରିବା ସହିତ ଅନ୍ତରୀକ୍ଷ ବିଜ୍ଞାନ କ୍ଷେତ୍ରରେ ଓଡ଼ିଶାର ବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କ ପ୍ରତିଭାର ପ୍ରସାର କରିବା ହେଉଛି ଏହିକାର୍ଯ୍ୟକ୍ରମର ମୁଖ୍ୟଲକ୍ଷ୍ୟ ।
