କାଶ୍ମୀରରେ ସୁରକ୍ଷାବଳକୁ ଆତଙ୍କୀଙ୍କ ଗ୍ରେନେଡ ମାଡ଼, ୨ ଯବାନ ଆହତ
ଶ୍ରୀନଗର : କାଶ୍ମୀର ପୁଲୱାମା ସହରରେ ସୁରକ୍ଷାବଳକୁ ଗ୍ରେନେଡ ଆକ୍ରମଣ କରିଛନ୍ତି ଆତଙ୍କୀ । ରବିବାର ଅପରାହ୍ନରେ ଆକ୍ରମଣ ହୋଇଥିବାବେଳେ ଏଥିରେ ଦୁଇ ସୁରକ୍ଷାକର୍ମୀ ଆହତ ହୋଇଥିବା ସୂଚନା ରହିଛି । ଆହତ ଯବାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଚିକିତ୍ସିତ କରାଯାଉଛି ।
ସ୍ଥାନୀୟ ପୋଲିସର ସୂଚନା ଅନୁସାରେ, ଆଜି ଅପରାହ୍ନରେ କାଶ୍ମୀରର ପୁଲୱାମା ସହର ଡାକଘର ନିକଟରେ ସୁରକ୍ଷାବଳକୁ ଅତର୍କିତ ଗ୍ରେଡ୍ରେନ ମାଡ କରିଥିଲେ ଆତଙ୍କବାଦୀ । ଏଥିରେ ୨ ଜଣ ଆହତ ହୋଇଥିବାବେଳେ କଡା ଯବାବ ଦେଇଥିଲେ ସୁରକ୍ଷା ବାହିନୀ । ଏହି ଆକ୍ରମଣରେ କେଉଁ ଆତଙ୍କୀ ସଙ୍ଗଠନର ସମ୍ପୃକ୍ତି ରହିଛି ତାହା ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ ଘଟଣାସ୍ଥଳକୁ କର୍ଡନ କରି ସର୍ଚ୍ଚ ଅପରେସନ ଜାରି ରଖିଛି ସୁରକ୍ଷାବଳ ।
