ଟେରର୍ ଫଣ୍ଡିଙ୍ଗ ମାମଲା : କାଶ୍ମୀରରେ ଏନ୍ଆଇଏର ପୁଣି ଚଢ଼ାଉ
ଶ୍ରୀନଗର : ରାଷ୍ଟ୍ରୀୟ ଯାଂଚ ଏଜେନ୍ସି(ଏନ୍ଆଇଏ) ବୁଧବାର ଦିନ ପୁଣିଥରେ କାଶ୍ମୀରରେ ଚଢ଼ାଉ କରିଛି । ଏନ୍ଆଇଏର ଏହି ଚଢ଼ାଉ ଟେରର ଫଣ୍ଡିଙ୍ଗ ମାମଲାରେ ଅଛି । ଏନ୍ଆଇଏ ଟିମ୍ ବଡ଼ଗାମ ଏବଂ ସୋପିୟାରେ ଅବସ୍ଥିତ ପ୍ରତିବନ୍ଧିତ ଜମାତ-ଏ-ଇସ୍ଲାମି ସହ ଯୋଡ଼ିଥିବା ଲୋକଙ୍କ ଘରେ ଏବଂ ଅଫିସ୍ରେ ପହଂଚି ତଲାସୀ ଆରମ୍ଭ କରିଛି । ସୂଚନା ଅନୁସାରେ ରାଷ୍ଟ୍ରୀୟ ଯାଂଚ ଏଜେନ୍ସି (ଏନ୍ଆଇଏ)ର ଟିମ୍ ସୁରକ୍ଷାବଳଙ୍କ ସହ ବଡ଼ଗାମ ଏବଂ ସୋପିୟା ପହଂଚିଛନ୍ତି ଏବଂ ଏକ ଡଜନରୁ ଅଧିକ ଜାଗାରେ ତଲାସୀ ଅଭିଯାନ ଆରମ୍ଭ କରିଦେଇଛି । ଯେଉଁ ଲୋକଙ୍କ ଘର ଏବଂ ଅଫିସ୍ରେ ଚଢ଼ାଉ କରାଯାଇଛି, ସେ ଜମାତ-ଏ-ଇସ୍ଲାମୀ ସଂଗଠନ ସହିତ ଯୋଡ଼ି ହୋଇଛନ୍ତି ।
