ଆଜିଠୁ ତିନିଦିନିଆ ଗୁଜୁରାଟ ଗସ୍ତରେ ଯିବେ ରାଷ୍ଟ୍ରପତି
ନୂଆଦିଲ୍ଲୀ : ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ଠାରୁ ତିନି ଦିନପାଇଁ ଗୁଜୁରାଟ ଗସ୍ତରେ ଯିବେ । ବୁଧବାର ଦିନ ରାଷ୍ଟ୍ରପତି ସଚିବାଳୟରେ ପକ୍ଷରୁ କୁହା ଯାଇଛି ଯେ ସେ ୨୮ରୁ ୩୦ ଅକ୍କୋବର ପର୍ଯ୍ୟନ୍ତ ଗୁଜୁରାଟରେ ରହିବେ । ଅକ୍ଟୋବର ୨୯ରେ ସେ ଭାବନଗରରେ ରାଜ୍ୟରେ ଅଭାବ ଅନାଟନରେ ରହୁଥିବା ବର୍ଗର ଲୋକମାନଙ୍କ ପାଇଁ ଆବାସ ଯୋଜନା , ପ୍ରକଳ୍ପର ଉଦ୍ଘାଟନ କରିବେ । ସେ ଭାବନଗର ଜିଲ୍ଲାରେ ତଳଗଜରଦା ର ଶ୍ରୀ ଚିତ୍ରକୁଟ ଧାମ, ମୌରାରୀ ବାବୁ ଆଶ୍ରମକୁ ମଧ୍ୟ ଯିବାର ଯୋଯନା ରଖିଛନ୍ତି।
