ପ୍ରଧାନମନ୍ତ୍ରୀ ମୋଦୀ ଓ ୟୁକ୍ରେନର ରାଷ୍ଟ୍ରପତିଙ୍କ ମଧ୍ୟରେ ଟେଲିଫୋନ ଯୋଗେ କଥାବାର୍ତା
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ୟୁକ୍ରେନର ରାଷ୍ଟ୍ରପତି ବ୍ଲାଦିମିର ଜିଲେନସ୍କିଙ୍କ ମଧ୍ୟରେ ସୋମବାର ଦିନ ଟେଲିଫୋନ ଯୋଗେ କଥାବାର୍ତା ହୋଇଥିବା ଜଣା ପଡିଛି । ୟୁକ୍ରେନର ରାଷ୍ଟ୍ରପତି ଜିଲେନସ୍କି ନିଜେ ଟ୍ୱିଟ କରି ଏହି ସୂଚନା ଦେଇଛନ୍ତି । ସେ ଋଷ ସହ ସଂଘର୍ଷରେ ଶାନ୍ତି ସୂତ୍ରର କ୍ରିୟାନ୍ୱୟନରେ ଭାରତର ଭାଗିଦାରୀ ଉପରେ ବିଶ୍ୱାସ ବ୍ୟକ୍ତ କରିଛନ୍ତି ।
