ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ପାଇଁ ଟିମ ଇଣ୍ଡିଆ ଘୋଷଣା ! ଟି-୨୦ରେ ପାଣ୍ଡ୍ୟା ଓ ଦିନିକିଆରେ ଧାୱନ ଅଧିନାୟକ
ରୋହିତ-କୋହଲି ଓ ରାହୁଲଙ୍କୁ ବିଶ୍ରାମ
ନୂଆଦିଲ୍ଲୀ : ଚଳିତ ଟି-୨୦ ବିଶ୍ୱ କପ ସରିବା ପରେ ନ୍ୟୁଜିଲାଣ୍ଡ ଗସ୍ତରେ ଯିବା ଭାରତ । ସେଠାରେ ଭାରତ ୩ ଟିକିଆ ଟି-୨୦ ଓ ୩ ଟିକିଆ ଦିନିକିଆ ମ୍ୟାଚ ଖେଳିବ । ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ପାଇଁ ସୋମବାର ଟିମ ଇଣ୍ଡିଆ ପାଇଁ ଖେଳାଳି ଘୋଷଣା ହୋଇଛି ।
ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ଭାରତୀୟ ଚୟନ କମିଟି ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟିମ ଇଣ୍ଡିଆର ନୂଆ ଅଧିନାୟକ ନିଯୁକ୍ତ କରିଛି । ଟିମର ନିୟମିତ ଅଧିନାୟକ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ବିଶ୍ରାମ ଦିଆଯାଇଛି । ଅନ୍ୟପଟେ ଟିମର ଓପନର କେଏଲ ରାହୁଲ ଏହି ଗସ୍ତରେ ଟିମର ସଦସ୍ୟ ରହିବେ ନାହିଁ । ସେହିପରି ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ସିରିଜ ପାଇଁ ଶିଖର ଧାୱନଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି। ଭାରତୀୟ ଟିମ ନଭେମ୍ୱର ୧୮ରେ ପ୍ରଥମ ଟି-୨୦ ମ୍ୟାଚ ସହ ନ୍ୟୁଜିଲାଣ୍ଡ ବିପକ୍ଷରେ ଶୃଙ୍ଖଳା ଆରମ୍ଭ କରିବ । ପ୍ରଥମ ମ୍ୟାଚ ୱେଲିଟନରେ ଖେଳାଯିବ। ଟିମ ଇଣ୍ଡିଆ ନଭେମ୍ୱର ୧୮, ୨୦ ଏବଂ ୨୨ରେ ଟି-୨୦ ମ୍ୟାଚ ଖେଳିବ । ଏହାପରେ ନଭେମ୍ୱର ୨୫, ୨୭ ଏବଂ ୩୦ରେ ଦିନିକିଆ ମ୍ୟାଚ ଖେଳିବ ।
ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ପାଇଁ ଭାରତୀୟ ଟିମ :
ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ରିଷଭ ପନ୍ତ (ଉପ ଅଧିନାୟକ ଏବଂ ୱିକେଟ କିପର), ଶୁଭମନ ଗିଲ, ଇଶାନ କିଷନ, ଦୀପକ ହୁଡା, ସୂର୍ଯ୍ୟ କୁମାର ଯାଦବ, ଶ୍ରେୟସ ଆୟର, ସଞ୍ଜୁ ସାମସନ( ୱିକେଟ୍ କିପର), ୱାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ହର୍ଷଲ ପଟେଲ, ମହମ୍ମଦ ଶିରାଜ, ଭୁବନେଶ୍ୱର କୁମାର, ଉମରାନ ମଲିକ।
ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ପାଇଁ ଭାରତୀୟ ଟିମ :
ଶିଖର ଧାୱନ (ଅଧିନାୟକ), ରିଷଭ ପନ୍ତ (ଉପ ଅଧିନାୟକ ଏବଂ ୱିକେଟ କିପର), ଶୁଭମନ ଗିଲ, ଦୀପକ ହୁଡା, ସୂର୍ଯ୍ୟ କୁମାର ଯାଦବ, ଶ୍ରେୟସ ଆୟର, ସଞ୍ଜୁ ସାମସନ( ୱିକେଟ୍ କିପର), ୱାଶିଂଟନ ସୁନ୍ଦର, ଶାର୍ଦୁଲ ଠାକୁର, ଶହବାଦ ଅହମଦ, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅର୍ଶଦୀପ ସିଂ, ଦୀପକ ଚାହର, କୁଳଦୀପ ସେନ, ଉମରାନ ମଲିକ।
