ଫକୀରମୋହନ ବିଦ୍ୟାମନ୍ଦିରରେ ଶିକ୍ଷକ ପ୍ରଶିକ୍ଷଣ ଶିବିର
ପୁରୀ : ଭାରତୀୟ ଶିକ୍ଷା ବିକାଶ ପରିଷଦ ଓଡ଼ିଶା ଦ୍ୱାରା ଏକ ତିନି ଦିନିଆ ଶିକ୍ଷକ ପ୍ରଶିକ୍ଷଣ ଶିବିର ଖଣ୍ଡିଆବନ୍ଧ ଦେବୀଘାଟ ସ୍ଥିତ ଫକୀର ମୋହନ ବିଦ୍ୟାମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶାର ୫୦ଟି ବିଦ୍ୟାଳୟରର ୧୫୦ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶ ଗ୍ରହଣ କରିଥିଲେ । ଏହାକୁ ଟ୍ରଷ୍ଟି ସୁରେନ୍ଦ୍ର ନାରାୟଣ ସାହୁ ଶୁଭ ଉଦଘାଟନ କରିଥିଲେ । ବିଦ୍ୟାମନ୍ଦିର ସଭାପତି ଅଭୟ ରାଉତ ଓ ସଂପାଦିକା ରେବତୀ ରାଉତ,ପ୍ରଧାନ ଆଚାର୍ଯ୍ୟା ତପସ୍ୱିନୀ ସେନାପତି ଓ ଅନ୍ୟ ଶିକ୍ଷକମାନେ ଶିବିରକୁ ପରିଚାଳନା କରିଥିଲେ । ପ୍ରଶିକ୍ଷାର୍ଥୀ ମାନଙ୍କ ଦ୍ୱାରା ସ୍ୱଗାତ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା । ବାଳବାଟିକା ଏନଇପି-୨୦୨୦,ଶିକ୍ଷା ମନୋବିଜ୍ଞାନ,ବୈଦିକ ଗଣିତ, ବିଜ୍ଞାନ, କଳା, ସାହିତ୍ୟ,ନୃତ୍ୟ ଆଦି ବିଷକ୍ଷରେ ପ୍ରଶିକ୍ଷଣ ଦିଆଯାଇଥିଲା । ପ୍ରଶିକ୍ଷକ ଭାବେ ରବୀନ୍ଦ୍ର ନାୟକ,ଅଧ୍ୟାପକ ଅଶୋକ ବେହେରା, ଡ଼ଃ. ବିଶ୍ୱ ରଞ୍ଜନ ରଥ,ଯୋଗ ପ୍ରଶିକ୍ଷକ ତୋଫାନ ସାମଲ, ମଧୁସୂଦନ ଦାଶ,ବିନତି ଶତପଥୀ,ଦିଲ୍ଲୀପ ପ୍ରଧାନ,ନେତ୍ରାନନ୍ଦ ଦାଶ, ଲକ୍ଷ୍ମୀଧର ମହାପାତ୍ର,ପ୍ରଦୀପ ପ୍ରଧାନ ପ୍ରମୁଖ ଯୋଗଦେଇ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମକୁ ସଂଯୋଜନା ଓ ପରିଚାଳନା କରିଥିଲେ ଯଯାତି କୁମାର ସ୍ୱାଇଁ । ଶେଷରେ ସାଂସ୍କୃତି କାର୍ଯ୍ୟକ୍ରମ ଓ ମାନପତ୍ର ପ୍ରଦାନ କରାଯାଇଥିଲା ।
