ପୁରୀରେ ରହସ୍ୟ ଘେରରେ ରୁଷ ପର୍ଯ୍ୟଟକ ଚର୍ଚ୍ଚାରେ ଗଙ୍ଗାରାମ ସାହି ଖୁଂଟିଆ ଭବନ
ପୁୁରୀ : ପୁରୀରେ ବିଦେଶୀ ପର୍ଯ୍ୟଟକଙ୍କ ରହଣି ଉପରେ ପୋଲିସର କଡ଼ା ନଜର ନଥିବାରୁ ବିଦେଶୀ ପର୍ଯ୍ୟଟକ ଏବେ ହୋଟେଲ ଛାଡ଼ି ସାହି ଭିତରେ ଭଡ଼ା ଗରେ ରହୁଥିବା ଦେଖିବାକୁ ମିଳିଛି । ଘଟଣାରୁ ଜଣା ପଡ଼େ ଜୈନିକ ରୁଷ ପର୍ଯ୍ୟଟକ ଗାଗାଲେଭ ଆଣ୍ଡ୍ରିଉଙ୍କ ଭିସା ଅବଧି ଶେଷ ହୋଇ ଯାଇଥିବାରୁ କୌଣସି ହୋଟେଲ ତାଙ୍କୁ ନରଖିବାରୁ ସେ ଗଙ୍ଗାରାମ ସାହି ଦେବାଶିଷ ଖୁଂଟିଆଙ୍କ ଘରେ ଭଡ଼ା ରହୁଥିବା ଜଣାପଡ଼ିଛି । ଏହି ପର୍ଯ୍ୟଟକ ଦୁଇଦିନ ତଳେ ଭୁବନେଶ୍ୱର ରେଳ ଷ୍ଟେସନ ନିକଟରେ ଫ୍ଲାଗ୍ କାର୍ଡ଼ଧରି ରୁଷର ରାଷ୍ଟ୍ରପତି ପୁଟିନଙ୍କ ବିରୋଧରେ ଲେଖି ଚର୍ଚ୍ଚାକୁ ଆସିଛନ୍ତି । ଏ ସଂପର୍କରେ ଭୁବନେଶ୍ୱର କମିଶନରରେଟ ପୋଲିସ ଷ୍ଟେସନ ନିକଟରେ ପହଞ୍ଛି ଘଟଣା ସଂପର୍କରେ ଅବଗତ ହୋଇଥିଲେ । ଏ ସଂପର୍କରେ ହାଇଦ୍ରାବାଦ ମୁଖ୍ୟାଳୟ ସହ ଯୋଗାଯୋଗ କରିଥିଲେ । ସେ ରୁଷିୟ ପର୍ଯ୍ୟଟକ ପୁରୀରେ ରହିବା ପାଇଁ ଇଚ୍ଛା ପ୍ରକାଶ କରିବାରୁ ତାଙ୍କୁ ଜିଆରପି ପୋଲିସ ପୁରୀରେ ଆଣି ଖୁଂଟିଆଙ୍କ ବାସଭବନରେ ଆଣି ଛାଡ଼ିଥିଲେ । ପୁରୀରେ ଏଭଳି ବିଦେଶୀ ପର୍ଯ୍ୟଟକ କେଉଁ ଭଡ଼ା ଘରେ ଏବଂ କେଉଁଠି ରହୁଛନ୍ତି ସେ ସମ୍ପର୍କରେ ପୋଲିସ ଅବଗତ ହୋଇପାରୁନଥିବା ଆଲୋଚନା ହେଉଛି । ରୁଷ ପର୍ଯ୍ୟଟକଙ୍କ ସନ୍ଦେହ ଜନକ ମୃତ୍ୟୁ ପରେ ଏବେ ପୁଟିନ ବିରୋଧୀ ରୁଷ ପର୍ଯ୍ୟଟକମାନେ ଭାରତର କେଉଁ ସ୍ଥାନ ମାନଙ୍କରେ ରହୁଛନ୍ତି ସେ ସମ୍ପର୍କରେ ଖୋଳତାଡ଼ ଆରମ୍ଭ ହୋଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ସାହି ଭିତରେ ବିଦେଶୀ ପର୍ଯ୍ୟଟକଙ୍କୁ ରଖିବା ପୋଲିସ ଗାଡ଼ି ଆଣି ପର୍ଯ୍ୟଟକଙ୍କୁ ଜଗିବା ଏବେ ଚର୍ଚ୍ଚା ଧରିଛି । ଯେଉଁ ଘରେ ଅଛନ୍ତି ସେହି ଘରର ଅନ୍ୟ ଏକ ଦାବିଦାର ହେଉଛନ୍ତି ଚର୍ଚ୍ଚିତ ଯୁବନେତା ଲକି ଖୁଣ୍ଟିଆ। ଏହି ଘଟଣାକୁ ନେଇ ଏବେ ପୁରୀ ସହର ଓ କଚେରି ଛକରେ ଆଲୋଚନା ଜୋର ଧରିଛି ।
