ଭାରସାମ୍ୟ ହରାଇ ଓଲଟିଲା ଗ୍ୟାସ୍ ବୋଝେଇ ଟ୍ୟାଙ୍କର
ଚଣ୍ଡିଖୋଲ : ଯାଜପୁର ଜିଲା ୫୩ ନମ୍ବର ଜାତୀୟ ରାଜପଥ କୃଷ୍ଣଦାସପୁର ଛକ ନିକଟରେ ଗ୍ୟାସ୍ ବୋଝେଇ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ । ଖବର ପାଇ ଅଗ୍ନିଶମ ବାହିନୀ ଓ ବାଲିଚନ୍ଦପୁର ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।
ସୂଚନା ଯେ, ପାରାଦୀପରୁ ଏଲ୍ପିଜି ଗ୍ୟାସ୍ ବୋଝେଇ ଟ୍ୟାଙ୍କର ଗାଡ଼ିଟି ଜାମସେଦପୁର ଯାଉଥିବା ବେଳେ କୃଷ୍ଣଦାସପୁର ଛକ ନିକଟରେ ଏକ ଟ୍ରକ ସହ ଧକ୍କା ଦେଇ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଦୁର୍ଘଟଣାରେ ଗାଡ଼ି ଡ୍ରାଇଭର ବର୍ତ୍ତିଯାଇଛନ୍ତି । ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ଅଗ୍ନିଶମ ବାହିନୀ ଓ ବାଲିଚନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ତେବେ ଯାଞ୍ଚ ପରେ ଗ୍ୟାସ୍ ଲିକ୍ ହୋଇନଥିବା ଜଣାପଡିଛି । ଦୁର୍ଘଟଣାଗ୍ରସ୍ତ ଗାଡିଟିକୁ ଉଠାଇବାକୁ ଏବେବି ଉଦ୍ୟମ ଜାରି ରଖିଛି ।
