ଶିକ୍ଷକ ନିଯୁକ୍ତି ଦାବିରେ ଫାଟକରେ ତାଲା ପକାଇ ଧାରଣା ଦେଲେ ଛାତ୍ରଛାତ୍ରୀ
ଯାଜପୁର : ଯାଜପୁର ଜିଲା ସୁକିନ୍ଦା ବ୍ଲକ ବର୍ତ୍ତଣ୍ତା ପଂଚାୟତ ବାହାବଳ ପୁର ଗ୍ରାମରେ ଥିବା କାନନେଶ୍ୱର ଉଚ୍ଚ ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକ ନଥିବାରୁ ଛାତ୍ରଛାତ୍ରୀ ସ୍କୁଲ ଗେଟ୍ ଫାଟକରେ ତାଲା ପକାଇବା ସହ ଗେଟ୍ ସମ୍ମୁଖରେ ଧାରଣା ଦେଇଛନ୍ତି । ତେବେ ଏକ ବର୍ଷରୁ ଅଧିକ ସମୟ ଏହି ସ୍କୁଲରେ ବିଜ୍ଞାନ ଓ ଗଣିତ ଶିକ୍ଷକ ପଦବୀ ପାଇଁ ସ୍କୁଲରେ ଶିକ୍ଷକ ନିଯୁକ୍ତି ହୋଇନଥିବାବେଳେ ତୁରନ୍ତ ଶିକ୍ଷକ ନିଯୁକ୍ତି ଦାବିରେ ୨ଦିନ ଧରି ଛାତ୍ର ଛାତ୍ରୀ ବିଦ୍ୟାଳୟ ଫାଟକ ସମ୍ମୁଖରେ ଧାରଣ ଦେଇଛନ୍ତି ।
ଧାରଣାକୁ ୨ ଦିନ ବିତି ଯାଇଥିଲେ ବି ଏଯାବତ୍ କୈାଣସି ସରକାରୀ ଅଧିକାରୀ ସେଠାରେ ପଂହଚି ନଥିଲେ ଯାହାକୁ ନେଇ ଛାତ୍ରଛାତ୍ରୀ ସ୍କୁଲରେ ଆଗରେ ଧାରଣା ଦେଇଥିଲେ । ସରକାର ଏ ଦିଗରେ ତୁରନ୍ତପଦକ୍ଷେପ ନ ନେଲ ଆଗାମୀ ଦିନରେ ସୁକିନ୍ଦା ବିଇଓଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି ।
