ପ୍ରତିଦିନ କରନ୍ତୁ ବ୍ରିସ୍କ ୱାକ ! ଦୂର ହେବ ହୃଦଘାତ ଜନିତ ମୃତ୍ୟୁ ଆଶଙ୍କା
Close up of female legs with running shoes on wooden footpath in woods. Nature and sport healthy lifestyle concept.
ଆଜିକାଲି ପରିବର୍ତ୍ତିତ ଜୀବନଶୈଳୀ ଓ ଖାଇବା ଅଭ୍ୟାସ ଯୋଗୁଁ ଦିନକୁ ଦିନ ବିଭିନ୍ନ ପ୍ରକାର ରୋଗ ମଣିଷ ଶରୀରକୁ ମାଡ଼ି ବସୁଛି। ନିକଟରେ ହୋଇଥିବା ଏକ ସର୍ବେକ୍ଷଣରୁ ଜଣାପଡ଼ିଛି କି, ପୂର୍ବ ଅପେକ୍ଷା ବର୍ତ୍ତମାନ ହୃଦଘାତରେ ମୃତ୍ୟୁ ହେଉଥିବା ଲୋକଙ୍କ ସଂଖ୍ୟା ବୃଦ୍ଧି ପାଉଛି।
ପୂର୍ବରୁ ହୃଦଘାତ ପୁରୁଷଙ୍କ କ୍ଷେତ୍ରରେ ଅଧିକ ଦେଖିବାକୁ ମିଳୁଥିବା ବେଳେ ଏବେ ଏହା ମହିଳାଙ୍କ କ୍ଷେତ୍ରରେ ବି ଦେଖିବାକୁ ମିଳୁଛି। ଗତ କିଛି ମାସ ମଧ୍ୟରେ ପ୍ରତିଦିନ ହୃଦଘାତର ଶିକାର ହୋଇ ଅନେକ ଲୋକ ମୃତ୍ୟୁବରଣ କରୁଥିବା ଖବର ଆସୁଛି। ଏଥିରେ ପ୍ରତିଦିନ ଜିମ ଯାଉଥିବା ଲୋକ ମଧ୍ୟ ସାମିଲ ଅଛନ୍ତି। ତେବେ ପ୍ରତିଦିନ ଜିମ ଯାଇ ବି ଲୋକେ ହୃଦଘାତର ଶିକାର ହେଉଥିବାରୁ ଡାକ୍ତର ଏବେ ଲୋକଙ୍କୁ ବ୍ରିସ୍କ ୱାକ୍ କରିବାକୁ ପରାମର୍ଶ ଦେଇଛନ୍ତି।
ବ୍ରିସ୍କ ୱାକରେ ସାଧାରଣଠାରୁ ଲୋକଙ୍କୁ ଟିକିଏ ଅଧିକ ବେଗରେ ଚାଲିବାକୁ ପଡ଼େ। ସହଜ ଭାଷାରେ କହିବାକୁ ଗଲେ ଗୋଟିଏ ମିନିଟରେ ଆପଣଙ୍କୁ ୧୦୦ଷ୍ଟେପ ଚାଲିବାକୁ ହେବ। ତେବେ ଏହାକୁ କରିବା ସମୟରେ ସଜାଗ ରହିବାକୁ ପଡ଼ିବ। ପ୍ରତିଦିନ ୩୦ମିନିଟ ବ୍ରିସ୍କ ୱାକ କରିବା ଦ୍ବାରା ହୃଦଘାତର ଆଶଙ୍କା ଖୁବ କମ ହୋଇଯିବ। ବ୍ରିସ୍କ ୱାକ କରିବା ସମୟରେ ଭଲ ଜୋତା ପିନ୍ଧନ୍ତୁ, ଯାହାଦ୍ବାରା ଆପଣଙ୍କୁ ଚାଲିବାରେ ସହଜ ହେବ। ଯଦି ଚାଲିବା ସମୟରେ ନିଶ୍ବାସ ନେବାରେ ସମସ୍ୟା ହେଉଛି, ତେବେ ଚାଲିବାର ବେଗ କମ କରିଦିଅନ୍ତୁ।
ଯଦି କୌଣସି ବ୍ୟକ୍ତିଙ୍କର ପୂର୍ବରୁ ହୃଦଜନିତ ସମସ୍ୟା ରହିଛି, ତେବେ ଡାକ୍ତରଙ୍କ ପରାମର୍ଶ ନେଇ ବ୍ୟାୟାମ ଆରମ୍ଭ କରନ୍ତୁ।
