ଟି-୨୦ ବିଶ୍ଵ କପ୍ : ଭାରତର ବ୍ୟାଟିଂ ବିପର୍ଯ୍ୟୟ, ୧୦ ଓଭରରେ ୬୦/୩
ଦୁବାଇ : ଆଜି ଟି-୨୦ ବିଶ୍ଵ କପ୍ର ବଡ଼ ମୁକାବିଲା ଜାରି ରହିଛି । ମୁହାଁମୁହିଁ ହୋଇଛନ୍ତି ଚିର ପ୍ରତିଦ୍ୱନ୍ଦୀ ଭାରତ-ପାକିସ୍ତାନ। ଟସ୍ ଜିତି ପାକିସ୍ତାନର ଅଧିନାୟକ ବାବର ଆଜମ ବୋଲିଂ ନିଷ୍ପତ୍ତି ନେଇଥିବାରୁ ଭାରତ ପ୍ରଥମେ ବ୍ୟାଟିଂ କରିଛି । ମାତ୍ର ଭାରତର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ଭାରତ ଡ୍ରିଂକ୍ସ ବ୍ରେକ ସୁଦ୍ଧା ୧୦ ଓଭରରେ ୩ ଉଇକେଟ ହରାଇ ୬୦ ରନ ସଂଗ୍ରହ କରିଛି ।
ଭାରତ ପକ୍ଷରୁ କେ ଏଲ ରାହୁଲ ଓ ରୋହିତ ଶର୍ମା ପ୍ରଥମେ ବ୍ୟାଟିଂ ପାଇଁ ପଡିଆକୁ ଆସିଥିଲେ। ମାତ୍ର ଏହି ବଡ ମ୍ୟାଚରେ ହିତମ୍ୟାନ ରୋହିତ ୦ ରନରେ ଆଉଟ ହୋଇଛନ୍ତି । ତାଙ୍କ ପରେ ରାହୁଲ ମଧ୍ୟ ବେଶୀ ସମୟ କ୍ରିଜରେ ରହି ପାରିନଥିଲେ । ସେ ମାତ୍ର ୩ ରନ କରି ପ୍ୟାଭିଲିୟନ ଫେରିଥିଲେ । ପରେ ଆସିଥିବା ଅଧିନାୟକ ବିରାଟ କୋହଲି ଓ ସୂର୍ଯ୍ୟକୁମାର ଯାଦବ ପରି ସମ୍ଭାଳିଥିଲେ । ଦଳୀୟ ସ୍କୋର ଟିକେ ଆଗକୁ ବଢିଥିବା ବେଳେ ଭାରତକୁ ପୁଣି ଏକ ଝଟକା ଲାଗିଥିଲା । ସୂର୍ଯ୍ୟ କୁମାର ୧୧ ରନ କରି ଆଉଟ ହୋଇଥିଲେ । ପରେ ଉଇକେଟ କିପର ଋଷଭ ପନ୍ତ ଆସିଥିଲେ । ସେ ଜଗିରଖି ଖେଳିବା ସହ ଅଧିନାୟକ କୋହଲିଙ୍କୁ ସାଥି ଦେଇଛନ୍ତି । ଫଳରେ ଭାରତ ୧୦ ଓଭରରେ ୩ ଉଇକେଟ ହରାଇ ୬୦ ରନ ସଂଗ୍ରହ କରିଛି । ପାକିସ୍ତାନ ପକ୍ଷରୁ ସେହିଁ ଆଫ୍ରିଦି ୨ଟି ଉଇକେଟ ନେଇଥିବା ବେଳେ ହାସନ ଅଲି ଗୋଟିଏ ଉଇକେଟ ସଂଗ୍ରହ କରିଛନ୍ତି ।
