ଟି-୨୦ ବିଶ୍ବକପ୍ : ନାମିବ୍ୟାକୁ ୫ ଓ୍ବିକେଟରେ ହରାଇଲା ନେଦରଲାଣ୍ଡସ
ମେଲବର୍ଣ୍ଣ : ଅଷ୍ଟ୍ରେଲିଆରେ ଚାଲିଥିବା ଟି-୨୦ ବିଶ୍ୱକପରେ ଆଜିର ଗ୍ରୁପ-ଏର ଏକ ମ୍ୟାଚରେ ନେଦରଲାଣ୍ଡସ ଦଳ ନାମିବ୍ୟାକୁ ୫ ଓ୍ବିକେଟରେ ପରାସ୍ତ କରିଛି । ଚଳିତ ବିଶ୍ୱକପରେ ନେଦରଲାଣ୍ଡସର ଏହା ଦ୍ୱିତୀୟ ବିଜୟ ।
ପ୍ରଥମେ ବ୍ୟାଟିଂ କରି ନାମିବ୍ୟା ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୨୧ ରନ କରିଥିଲା। ଏହାର ଜବାବରେ ନେଦରଲ୍ୟାଣ୍ଡ୍ସ ୩ ବଲ ପୂର୍ବରୁ ୫ ୱିକେଟ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଥିଲା। ଦଳ ପକ୍ଷରୁ ବିକ୍ରମ ଜିତ ସିଂହ ସର୍ବାଧିକ ୩୯ ରନ କରିଥିବା ବେଳେ ମ୍ୟାକ୍ସ ଓ’ଡୋୱଡ ୩୫ ଓ ବାସ୍ ଡେ ଲିଡ୍ ୩୦ ରନର ଇନିଂସ ଖେଳିଥିଲେ। ନେଦରଲ୍ୟାଣ୍ଡ୍ସ ଗ୍ରୁପ୍ ପର୍ଯ୍ୟାୟର ଶେଷ ମ୍ୟାଚ୍ରେ ଶ୍ରୀଲଙ୍କାକୁ ଭେଟିବ। ଏହି ମ୍ୟାଚ୍ ଶ୍ରୀଲଙ୍କା ପାଇଁ କର ବା ମର ସଦୃଶ ହେବ।
