ଟି-୨୦ ଦୃଷ୍ଟିହୀନ କ୍ରିକେଟ୍ ବିଶ୍ୱକପ : ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲରେ ଭାରତ
ନୂଆଦିଲ୍ଲୀ : ବାଙ୍ଗାଲୋରର ସଂପ୍ରସିଦ୍ଧି ଖେଳ ପଡିଆରେ ଟି-୨୦ ଦୃଷ୍ଟିହୀନ କ୍ରିକେଟର ପ୍ରଥମ ସେମିଫାଇନାଲରେ ଭାରତ ଦକ୍ଷିଣ ଆଫ୍ରିକାକୁ ୨୦୭ ରନରେ ପରାସ୍ତ କରିଛି। ଏଥିସହିତ ଭାରତ ଫାଇନାଲକୁ ଉନ୍ନୀତ ହୋଇଛି।
ପ୍ରଥମେ ବ୍ୟାଟିଂ କରି ଭାରତ ୩୩୮ ରନ୍ ସଂଗ୍ରହ କରିଥିଲା। ତେବେ ଦକ୍ଷିଣ ଆଫ୍ରିକା ୧୯.୫ ମାତ୍ର ୧୩୦ ରନ କରି ସମସ୍ତ ଉଇକେଟ ହରାଇଥିଲା। ଦୃଷ୍ଟିହୀନଙ୍କ ପାଇଁ ତୃତୀୟ ଟି -୨୦ ବିଶ୍ୱକପ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଡିସେମ୍ବର ୫ରୁ ୧୭ ପର୍ଯ୍ୟନ୍ତ ଭାରତରେ ଅନୁଷ୍ଠିତ ହେଉଛି। ଏହି ବିଶ୍ୱକପରେ ଅଂଶଗ୍ରହଣକାରୀ ରାଷ୍ଟ୍ରଗୁଡ଼ିକ ହେଉଛି ଅଷ୍ଟ୍ରେଲିଆ, ବାଂଲାଦେଶ, ନେପାଳ, ପାକିସ୍ଥାନ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା ଏବଂ ଆୟୋଜକ ଭାରତ।
