‘ସ୍ମୃତି, ଅନୁଭୂତି ଓ ମସ୍ତିଷ୍କର ଖାଦ୍ୟ’ ସମ୍ପର୍କିତ ଆଲୋଚନା
ବାଲେଶ୍ୱର : ବାଲେଶ୍ୱର ଫକୀରମୋହନ କଲେଜ ପୁରାତନ ଛାତ୍ର ସଂସଦ ଗୃହରେ ‘ସ୍ମୃତି, ଅନୁଭୂତି ଓ ମସ୍ତିଷ୍କର ଖାଦ୍ୟ’ ସମ୍ପର୍କିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଡ. ପ୍ରଭାତ ଚନ୍ଦ୍ର ଚୌଧୁରୀ ଅଧ୍ୟକ୍ଷତା କରିଥିଲେ ।
ସଂସଦର ପରାମର୍ଶଦାତା ଡ. ସୁବାସ ଚନ୍ଦ୍ର ପାତ୍ର ଛୋଟ ଛୋଟ ଅନୁଭୂତି ଓ ସ୍ମୃତିକୁ ନେଇ ଅତି ସୁନ୍ଦର ଭାବରେ ତାହା କିପରି ପ୍ରକାରାନ୍ତରେ ମଣିଷର ମସ୍ତିଷ୍କର ଖାଦ୍ୟ ରୂପେ ରୂପାନ୍ତରିତ ହୋଇ ମସ୍ତିଷ୍କକୁ ଚଳକ୍ଷମ କରି ରଖିପାରେ ସେ ବିଷୟରେ ବିଭିନ୍ନ ଉଦାହରଣର ଅବତାରଣା କରିଥିଲେ । ପ୍ରାରମ୍ଭରେ ପରିଷଦର ସାଧାରଣ ସମ୍ପାଦକ ବିଷ୍ଣୁପ୍ରସାଦ ମହାନ୍ତି ପ୍ରାକ୍କଥନ ରଖିଥିଲା ବେଳେ ସଭ୍ୟ ଅନୁସ୍ୱୟା ନାୟକ, ଚିତ୍ରାରାଣୀ ପାତ୍ର, ଶୋଭାକର ସାହୁ, ଶରତ ମିଶ୍ର, ଭାସ୍କର ଜଟାନିଆ, ତ୍ରିଦିବ ନାଏକ, ସତ୍ୟନାରାୟଣ ବାରିକ, ରମାକାନ୍ତ ମହାନ୍ତି, ଯଶୋଦାନନ୍ଦନ ଆସ୍, ଦୀପକ କୁମାର ଦାଶ, ରାମ ପ୍ରସାଦ ପ୍ରଧାନ, ରାମଚନ୍ଦ୍ର ସେଠୀ, ନିଖିଲ ଚନ୍ଦ୍ର ଆଶ୍, ପାର୍ଥସାରଥୀ ଆସ୍, ପିତାମ୍ବର ଦାସ, ପଦ୍ମଲୋଚନ ଦତ୍ତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
