ଜମିଜମା ବିବାଦକୁ ନେଇ ଖଣ୍ଡାରେ ଆକ୍ରମଣ, ଜଣେ ଗୁରୁତର
ଭୁବନେଶ୍ଵର : ଜମିଜମା ବିବାଦକୁ ନେଇ ଶତ୍ରୁତା ଲାଗି ରହିଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଗୋଟିଏ ପରିବାର ଜଣେ ପ୍ରତିପକ୍ଷ ଜଣେ ବ୍ୟକ୍ତିଙ୍କୁ ଖଣ୍ଡାରେ ଆକ୍ରମଣ କରିଛି । ଏଥିରେ ବ୍ୟକ୍ତି ଜଣକ ଗୁରୁତର ହୋଇଥିଲେ । ତାଙ୍କୁ ଉଧାର କରାଯାଏ ପ୍ରଥମେ ବାଲିପାଟଣା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର, ପରେ କ୍ୟାପିଟାଲ ହସ୍ପିପିଟାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ଵର ଏମ୍ସରେ ଭର୍ତ୍ତି କରାଯାଇଛି । ଗୁରୁତର ବ୍ୟକ୍ତି ଜଙ୍କ ହେଉଛନ୍ତି ବାଲିପାଟଣା ଥାନା ଅନ୍ତର୍ଗତ ଭାକରସାହି ଗ୍ରାମ ବେହେରା ସାହିର ଅର୍ଜୁନ ବେହେରା ।
ସୂଚନା ଯେ, ଅର୍ଜୁନ ବେହେରା ଏବଂ ବିପିନ ବେହେରାଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନରୁ ଜମିଜମା ବିବାଦ ଲାଗି ରହିଥିଲା । ଗୁରୁବାର ରାତିରେ କୌଣସି କାରଣରୁ ଉଭୟ ପରିବାର ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଖବରପାଇ ପିସିଆର ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ମାତ୍ର ବିପିନ ବେହେରା ଏଥିରେ କ୍ଷୁବ୍ଧ ହୋଇ ହାଣି ଦେବାର ଧମକ ଦେଇଥିଲା । ଶୁକ୍ରବାର ସକାଳୁ ଅର୍ଜୁନ କେନାଲକୁ ଗାଧୋଇବା ପାଇଁ ଯିବାବେଳେ ପୂର୍ବରୁ ଖଣ୍ଡାଧରି ଲୁଚି ରହିଥିବା ବିପିନ ଅତର୍କିତ ଆକ୍ରମଣ କରିଥିଲା । ଏଥିରେ ଅର୍ଜୁନଙ୍କର ହାତ ଏବଂ ଗୋଡରେ ଗଭୀର ଆଘାତ ଲାଗିଛି । ପ୍ରବଳ ରକ୍ତସ୍ରାବ ହେବା ଯୋଗୁଁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇ ପଡିଥିଲା । ସଙ୍କଟାପନ୍ନ ଅବସ୍ଥାରେ ପରିବାର ଲୋକ ତାଙ୍କୁ ହସ୍ପିଟାଲ ନେଇଥିଲେ ।
