ପୋଲିସ ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ମାଓବାଦୀ ମୃତ, ବିସ୍ଫୋରକ ସାମଗ୍ରୀ ଜବତ
ମାଲକାନଗିରି : ମାଲକାନଗିରି ଛତିଶଗଡ ସୀମାନ୍ତ ଦାନ୍ତେୱାଡା ଜିଲାରେ ଏନକାଉଣ୍ଟର । ଏନ୍କାଉଣ୍ଟର ପରେ ଯବାନ ମାନେ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ କରି ଜଣେ ଦୁର୍ଦ୍ଦାନ୍ତ ମାଓବାଦୀଙ୍କ ମୃତଦେହ ଠାବ କରାଯାଇଛି । ମୃତକ ଜଣକ ଇନ୍ଦ୍ରାବତୀ ମାଓ ସଂଗଠନର ମାଓବାଦୀ ରାମସୁ ବୋଲି ଜଣାପଡିଛି । ଏହାସହିତ ଘଟଣାସ୍ଥଳରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ ହୋଇଥିବା ଦାନ୍ତେୱାଡା ଏସ୍ପି ଅଭିଷେକ ପଲ୍ଲଭ ସୁଚନା ଦେଇଛନ୍ତି ।
ସୂଚନା ଯେ, ଛିନ୍ଦନାର ଓ ପହୁରନାର ଜଙ୍ଗଲ ଭିତରେ ମାଓବାଦୀ ମାନେ ଏକ କ୍ୟାମ୍ପ କରି ରହିଥିବା ନେଇ ଦନ୍ତେୱାଡା ର ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା । ଏହାକୁ ଆଧାର କରି ଶୁକ୍ରବାର ସେଠାରେ ଡିଆରଜି ବାହିନୀ ପକ୍ଷରୁ କୁମ୍ବିଂ ଅପରେସନ ଆରମ୍ଭ ହୋଇଥିଲା । ରାତିରେ ଉଭୟ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳି ବିନିମୟ ହୋଇଥିଲା । ଏହାପରେ ନକ୍ସଲ ମାନେ ଘଟଣାସ୍ଥଳରୁ ପଳାୟନ କରିଥିବା ଜଣାପଡିଛି ।
