ହତ୍ୟା ନା ଆତ୍ମହତ୍ୟା କୁ ନେଇ ଜାରି ରହିଛି ସସ୍ପେନ୍ସ
କେନ୍ଦୁଝର : କେନ୍ଦୁଝର ସହର ର ବଡଶାସନ ଅଂଚଳରେ ଜଣେ ବ୍ୟକ୍ତିଙ୍କର ବାଡିରେ ଏକ ମୃତ ଦେହ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଛି । କିନ୍ତୁ ଏହା ହତ୍ୟା କିମ୍ବା ଆତ୍ମହତ୍ୟା ତାହା ଏବେ ସନ୍ଦେହ ଘେରରେ ରହିଛି । ମୃତକ ଜଣକ ହେଲେ ଗୋପାଳ ନାଏକ । ଗୋପାଳ ନାଏକ ଙ୍କ ଘର ହେଉଛି ବୀରବରପୁରପାଟଣା ସାହୀରେ । ସେ ବଲୁଙ୍କେଶ୍ୱର ମନ୍ଦିର ର ଦ୍ୱାରୀ ବାବେ କାର୍ଯ୍ୟ କରିଥାଆନ୍ତି । ଗୋପାଳ ନାଏକ ଙ୍କ ମୃତ ଶରୀର ର ବେକ ଏକ ଗାମୁଛାରେ ବନ୍ଧା ହୋଇଥିବା ବେଳେ ତାହା ପୁଣି ଲତା ଗଛ ମାଡିବା ପାଇିଁ ନିର୍ମିତ ଏକ ଭାଡିର କାଠରେ ବନ୍ଧା ହୋଇଥିବା ଦେଖିବାକୁ ମିଳିଛି । ଏବଂ ତାଙ୍କର ଆଣ୍ଠୁ ଦୁଇଟି ଲାଗିଥିଲା , ଯେ ପରିକି ସେ ସେଠାରେ ଆଣ୍ଠୋଇ କରି ବସିଛନ୍ତି । ମୃତ ଗୋପାଳଙ୍କ ପୁଅ ଜଗନ୍ନାଥ ନାଏକର କହିବା କଥା ହେଲା ଯେ ତାଙ୍କ ବାପା ଆଜି ସକାଳୁ ଘରକୁ ଯାଇଥିଲେ । ଘରେ ଚା ପିଇଥିଲେ ଏବଂ ନାତି ନାତୁଣୀଙ୍କୁ ଚକଲେଟ୍ ଓ ବିସ୍କୁଟ ମଧ୍ୟ କିଣିକରି ଦେଇଥିଲେ । ତାପରେ ମନ୍ଦିରକୁ ଚାଲି ଆସିଥିଲେ । ତାହାର କିଛି ସମୟ ପରେ ବାପାଙ୍କର ମୃତ ଖବର ପାଇ ସେମାନେ ଏଠାକୁ ଆସିଥିବା କହିଛନ୍ତି । ତାଙ୍କର କହିବାନୁଶାରେ ମନ୍ଦିରର ଚାବି ହଜିବାକୁ ନେଇ ଏଠାରେ କୁଆଡେ ପାଟିତୁଣ୍ଡ ହୋଇଥିବା ଶୁଣିବାକୁ ପାଇଛନ୍ତି । ତାଙ୍କ ବାପାଙ୍କୁ ହତ୍ୟା କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ଏଭଳି ମୃତ୍ୟୁ ଖବର ଜମା ପଡିବା ପରେ ମନ୍ଦିର ସମ୍ମୁଖରେ କିଛି ସମୟ ପାଇିଁ ଉତେଜନା ପ୍ରକାଶ ପାଇଥିଲା । ପ୍ରାଥମିକ ତଦନ୍ତ ଓ ପାରିପାଶ୍ୱର୍କ ସ୍ଥିତିରୁ ତାହା ଆତ୍ମହତ୍ୟା ଭଳି ଜଣା ପଡୁତିଲେ ମଧ୍ୟ ବାସ୍ତବତା ଶବ ବିବିଛଦ ପରେ ହିଁ ସ୍ପଷ୍ଟ ହେବ ବୋଲି କହିଛନ୍ତି ତଦନ୍ତକାରୀ ପୋଲିସ ଅଧିକାରୀ ।
