ସରିଲା ନିର୍ବନ୍ଧ, ବିବାହ ବନ୍ଧନରେ ବାନ୍ଧି ହେବେ ସୁନନ୍ଦା ଏବଂ ହାସ୍ୟ ଅଭିନେତା ପ୍ରଜ୍ଞା
ଭୁବନେଶ୍ୱର: ହାସ୍ୟ ଅଭିନେତା ପ୍ରଜ୍ଞା ରଞ୍ଜନ ଖଟୁଆ ଖୁବ୍ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଗତକାଲି ତାଙ୍କ ନିର୍ବନ୍ଧ ଥିଲା । ନିର୍ବନ୍ଧର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସୋସିଆଲ୍ ମିଡିଆରେ ରିଙ୍ଗ୍ ସେରିମନି ଏବଂ କେକ୍ କଟା ଭିଡିଓ ଭାଇରାଲ୍ ହେଉଛି । ଯେଉଁଥିରେ ଅଭିନେତ୍ରୀ ସୁନନ୍ଦା, ଅଭିନେତା ତଥା ପ୍ରଜ୍ଞାଙ୍କ ଯୋଡ଼ିଦାର ଶଙ୍କର ଏବଂ ପ୍ରଜ୍ଞା ନିଜେ ଅଛନ୍ତି ।
ଯଦି ଏସବୁ କଥା ସତ ହୋଇଥାଏ ତେବେ ପ୍ରଜ୍ଞା ତାଙ୍କର ପୁରୁଣା ବନ୍ଧୁ ସୁନନ୍ଦାଙ୍କୁ ବିବାହ କରିବେ । ଉଭୟେ ସଙ୍ଗୀତ ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିଲେ । ତାଙ୍କର ଏହି ରିଙ୍ଗ୍ ସେରିମନି ଉତ୍ସବରେ ମହାବିଦ୍ୟାଳୟରେ ପ୍ରାକ୍ତନ ଅଧ୍ୟକ୍ଷ ତଥା ଅଭିନେତା ଓ ନାଟ୍ୟ ନିର୍ଦ୍ଦେଶକ ନବୀନ ପରିଡ଼ା, ନିର୍ଦ୍ଦେଶକ ଓ ଅଭିନେତା ମିହିର ସ୍ୱାଇଁ ଯୋଗଦେଇ ଉଭୟଙ୍କୁ ଆଶୀର୍ବାଦ କରିଥିଲେ ।
