ସୁମିତ-ତପସ୍ୱିନୀ ବିବାଦ ମାମଲା : ଆଜି ମୂଳ ପିଟିସନର ଶୁଣାଣି କରିବେ ବ୍ରହ୍ମପୁର ଏସଡିଜେଏମ୍ କୋର୍ଟ
ବ୍ରହ୍ମପୁର ବ୍ରହ୍ମପୁରର ବହୁଚର୍ଚ୍ଚିତ ତପସ୍ୱିନୀ-ସୁମିତଙ୍କ ପାରିବାରିକ ବିବାଦ ମାମଲା ଦିନକୁ ଦିନ ବଢ଼ିବାରେ ଲାଗିଛି । ଆସିକାରେ ଉଭୟେ ସାତ ଦିନ ଏକାଠି ରହିବା ପରେ ଘଟଣା ଏବେ ପ୍ରତିଦିନ ଭିନ୍ନ ମୋଡ ନେଉଛି । ତେବେ ଆଜି ଏନେଇ ବ୍ରହ୍ମପୁର ଏସଡ଼ିଜେଏମ୍ କୋର୍ଟରେ ଶୁଣାଣୀ ହେବ । ଯାହାକୁ ନେଇ ସମସ୍ତଙ୍କ ନଜର ରହିଛି ।
କଣ ସତରେ ଏହି ଦୁଇ ଜଣଙ୍କ ସମ୍ପର୍କ ପୁଣି ଥରେ ଗଢି ଉଠିବ ? କଣ ସତରେ ପୁଣି ପୁର୍ବ ପରି ଦୁଇ ଜଣ ଏକା ସାଥିରେ ମିଳାମିଶା କରି ଚଳିବେ । ସେପେଟେ ଶାଶୁଘର ଆଗରେ ତପସ୍ୱିନୀଙ୍କ ଧାରଣା ଅବ୍ୟାହତ ରହିଥିବା ବେଳେ ଗତକାଲି ଆସିଥିଲା ରୋଚକ ଦୃଶ୍ୟ । ଶଶୁରଘର ମ୍ସାମ୍ନାରେ ରୋଷେଇ କରିଥିଲେ ତପସ୍ୱିନୀ । ସମାଜସେବୀ ପ୍ରମିଳା ତିପ୍ରାଠୀଙ୍କ ସହ ମିଶି ଚୂଲି ଜାଳି ରୋଷେଇ କରିଛନ୍ତି ତପସ୍ୱିନୀ ।ସେପଟେ ତପସ୍ୱିନୀ ଓ ସୁମିତଙ୍କ ବିବାଦର ଆଉ ଏକ ମୋଡ଼ ବି ସାମ୍ନାକୁ ଆସିଛି । ସୁମିତଙ୍କ ପକ୍ଷରୁ ଏକ ଭିଡିଓ ଜାରି କରାଯାଇ ତପସ୍ୱିନୀ ଆଠ ଲକ୍ଷ ଟଙ୍କା ମାଗୁଥିବା ଦାବି କରାଯାଇଛି ।
