ମହିଳା କନେଷ୍ଟବଳଙ୍କ ଆତ୍ମହତ୍ୟା ଅଭିଯୋଗ
ଭୁବନେଶ୍ୱର : ଢ଼େଙ୍କାନାଳ ଟାଉନ ଥାନାରେ କାର୍ଯ୍ୟରତ ମହିଳା କନେଷ୍ଟବଳ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଆତ୍ମହତ୍ୟା କରିଥିବା ମହିଳା କନେଷ୍ଟବଳଙ୍କ ନାମ ସୁନିତା ନାଏକ । ସେ ରହୁଥିବା କ୍ୱାର୍ଟରରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି ।ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି । ତାଙ୍କ ସ୍ୱାମୀ ଗଣେଶ୍ୱର ନାଏକ ମଧ୍ୟ ପୋଲିସ କନେଷ୍ଟବଳ ଭାବେ କାର୍ଯ୍ୟ କରୁଥିଲେ ।ଉଭୟ କ୍ୱାର୍ଟରରେ ରହୁଥିଲେ ।
