ସନ୍ତୋଷୀ ମା’ ଆଂଚଳିକ ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀ ଆତ୍ମରକ୍ଷା ତାଲିମ ଶିବିର ଉଦଘାଟିତ
କେନ୍ଦୁଝର : କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ଝାରବେଲଦା ସନ୍ତୋଷୀ ମା\’ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରୀଙ୍କ ପାଇଁ ଆତ୍ମରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି ଶିବିର ଆଠ ଦିନ ଧରି ଚଲିବ । ଏଥିରେ କଳା,ବିଜ୍ଞାନ,ବାଣିଜ୍ୟ ସ୍ରୋତରୁ ୧୩୧ଜଣ ଛାତ୍ରୀ ତାଲିମ ନେଉଛନ୍ତି । ପ୍ରଶିକ୍ଷିକା ଭାବେ ଅଭିଲିପ୍ସା ପଟ୍ଟନାୟକ ଓ ଅଭିସ୍ମିତା ପଟ୍ଟନାୟକ ତାଲିମ ପ୍ରଦାନ କରୁଛନ୍ତି । ଅଧ୍ୟାପିକା ସ୍ମୃତି ବାନାର୍ଜି ଏବଂ ଅଧ୍ୟାପକ ନାରାୟଣ ସାହୁ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧନାରେ ଏହି କାର୍ଯ୍ୟକ୍ରମ ହେଉଛି । ଉଦଘାଟନୀ ଦିବସରେ ବରିଷ୍ଠ ଅଧ୍ୟାପକ ଅମିୟ ସାମନ୍ତରା ସରକାର ଙ୍କ ଯୁବନିତୀ ଦ୍ୱାରା ପ୍ରଦାନ କରାଯାଉଥିବା ଆତ୍ମରକ୍ଷା ତାଲିମ୍ କାର୍ଯ୍ୟକ୍ରମ ଛାତ୍ରୀମାନଙ୍କ ପାଇଁ ବହୁ ଉପାଦେୟ ହେବ ବୋଲି ବକ୍ତବ୍ୟରେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ପ୍ରକାଶ କୁମାର ଆଚାର୍ଯ୍ୟ,ତୁଳସୀ ଚରଣ ମହାନ୍ତ,ଅଶୋକ କୁମାର ସାହୁ ସାଂପ୍ରତିକ ସମାଜରେ ପ୍ରତିଦିନ କିପରି କମ୍ ବୟସର ଝିଅମାନେ ଦୁର୍ଷ୍ମମ ର ଶିକାର ହେଉଛନ୍ତି ତାର ଅବତାରଣା କରିବା ସହିତ ଏହି ଆତ୍ମରକ୍ଷା ତାଲିମ ସମୟ ଉପଯୋଗି ବୋଲି ବକ୍ତବ୍ୟରେ କହିଥିଲେ । ଏହି କାର୍ଯ୍ୟକ୍ରମରେ କର୍ମଚାରୀ ଉମେଶ ଚନ୍ଦ୍ର ମହାନ୍ତ,ଲକ୍ଷ୍ମୀଧର ମହାନ୍ତ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।
