ଏସସିବିରେ ମିଳିବ ଉନ୍ନତ ମାନର ଯକୃତ ରୋଗ ଚିକିତ୍ସା ସୁବିଧା
କଟକ : କଟକ ଏସସିବିରେ ଲୋକମାନଙ୍କୁ ଉନ୍ନତ ମାନର ଯକୃତ ରୋଗ ଚିକିତ୍ସା ଯୋଗାଇ ଦେବା ପାଇଁ ଶୁକ୍ରବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ହାଇଦ୍ରାବାଦର ଏସିଆନ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଗ୍ୟାଷ୍ଟ୍ରୋଏଟ୍ରୋଂଲୋଜି ହସ୍ପିଟାଲ ସହିତ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବ କିଶୋର ଦାସ ଓ ବିଭାଗିୟ ପ୍ରମୁଖ ଶାସନ ସଚିବ ନିକୁଂଜ ଧଳଙ୍କ ଉପସ୍ଥିତିରେ ରାଜ୍ୟ ସରକାରଙ୍କ ପକ୍ଷରୁ ଡ଼ିଏମଇଟି ଡ଼ା. ରମାରମଣ ମହାନ୍ତି ଓ ଏସିଆନ ଇନ୍ଷ୍ଟିଚ୍ୟୁଟ୍ ଅଫ ଗ୍ୟାଷ୍ଟ୍ରୋଏଟ୍ରୋଂଲୋଜି ହସ୍ପିଟାଲ ପକ୍ଷରୁ ଭାଇସ୍ ପ୍ରେସିଡେଂଟ୍ ସନ୍ତୋଷ କୁମାର ସାହୁ ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ ।
