ରାଜ୍ୟସ୍ତରୀୟ ଶିଶିର ମହାପାତ୍ର ସ୍ମାରକୀ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ
ନୀଳଗିରି : ସମାଜସେବୀ ତଥା ପୂର୍ବତନ ଆରଆଇ ଶିଶିରମହାପାତ୍ରଙ୍କକ଼ ସ୍ମୃତିରେ ଶୁକ୍ରବାର ରାତିରେ ବାଲେଶ୍ବର ଜିଲ୍ଲା ଅଧୀନ ନୀଳଗିରି ପୋଷ୍ଟ ଅଫିସ ନିକଟରେ
ରାଜ୍ୟସ୍ତରୀୟ ବ୍ୟାଡମିଂଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ନୀଳଗିରି ଅଲ ସିଜିନ୍ ସ୍ପୋର୍ଟସ କ୍ଲବ ଆନୁକୂଲ୍ୟରେ ୧୭ତମ ଶିଶିର ମହାପାତ୍ର ବ୍ୟାଡମିଂଟନ ଟୁର୍ଣ୍ଣାମେଟକୁ
ମୁଖ୍ୟ ଅତିଥି ସମେତ ଅନ୍ୟ ଅତିଥିମାନେ ସ୍ବର୍ଗତ ମହାପାତ୍ରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଟୁର୍ଣ୍ଣାମେଣ୍ଟ ଉଦ୍ଘାଟନ କରିଥିଲେ। ଆଜିର ଏହି ଉଦଘାଟନୀ ଉତ୍ସଵରେ ମୁଖ୍ଯଅତିଥି ଭାବେ ନୀଳଗିରିର ଅତିରିକ୍ତ ତହସିଲଦାର ନିରଞ୍ଜନ ଧଳ ଯୋଗ ଦେଇ କ୍ରୀଡା ମଣିଷ ଜୀବନର ପ୍ରତିଭା ବିକଶିତ କରିବାରେ ହିଁ ଏକମାତ୍ର ମାଧ୍ୟମ ବୋଲି କହିଥିଲେ।
ଏହି ଅବସରରେ ଅବସରପ୍ରାପ୍ତ ଶିକ୍ଷୟିତ୍ରୀ ତଥା ଶିଶିର ମହାପାତ୍ରଙ୍କ ଧର୍ମପତ୍ନି ରଞ୍ଜନା ପଟ୍ଟନାୟକ କାର୍ଯ୍ୟକ୍ରମର ପୌରହିତ୍ଯ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସମ୍ମାନିତ ଅତିଥି ଭାବେ ଶଶଧର ପ୍ରଧାନ, ବିନୟ ପ୍ରଧାନ, ଉଦୟଜ୍ୟୋତି ମହାନ୍ତି, ବିଜୟ ଲେଙ୍କା, ରବୀନ୍ଦ୍ର ନାୟକ, ମହେନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇ କ୍ରୀଡା ସମ୍ବନ୍ଧୀୟ ବକ୍ତବ୍ଯ ରଖିଥିଲେ। ରାଜେନ୍ଦ୍ର ଜେନା ମଞ୍ଚ ପରିଚାଳନା କରିଥିବା ବେଳେ ସବ୍ୟସାଚୀ ମହାପାତ୍ର ଧନ୍ୟବାଦ ଦେଇଥିଲେ। ସଭା ପରେ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଅସହାୟ ମହିଳାଙ୍କୁ କମ୍ବଳ ଓ ଖାଦ୍ୟ ପ୍ରଦାନ କରାଯାଇଥିଲା । ୩ ଦିନ ଧରି ଚାଲିବାକୁ ଥିବା ଟୁର୍ଣ୍ଣାମେଣ୍ଟକୁ
ଅଲ୍ସିଜିନ୍ ସ୍ପୋର୍ଟ୍ କ୍ଲବର ସମସ୍ତ ସଦସ୍ୟମାନେ ସହଯୋଗ କରିଥିଲେ।
