ରାଜ୍ୟସ୍ତରୀୟ ନାକ୍ ପ୍ରସ୍ତୁତି ଆଲୋଚନାଚକ୍ର
ରୂପସା : ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ରୂପସା ନୀଳମଣି ମହାବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆଇକ୍ୟୁଏସି ଆନୁକୁଲ୍ୟରେ ଜାତୀୟ ମୁଲ୍ୟାୟନ ଓ ନିର୍ଣ୍ଣାୟକ ପରିଷଦ ପ୍ରସ୍ତୁତି (ନାକ୍) ସମ୍ୱନ୍ଧୀୟ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରାଧ୍ୟାପକ ଡ. ତପନ କୁମାର ବେହେରା ଅଧ୍ୟକ୍ଷତା କରିବା ସହ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଗଭର୍ଣ୍ଣିଙ୍ଗ ବଡ଼ିର ସଭାପତି ଅବସରପ୍ରାପ୍ତ ପ୍ରାଧ୍ୟାପକ ରାମଚନ୍ଦ୍ର ସାହୁ ଜାତୀୟ ମୁଲ୍ୟାୟନ ଓ ନିର୍ଣ୍ଣାୟକ ପରିଷଦ (ନାକ୍)ର ଆଭିମୁଖ୍ୟ ବିଷୟରେ ଅବଗତ କରାଇଥିଲେ । ନାକ୍ ସଂଯୋଜକ ଅଧ୍ୟାପକ ଗୌରାଙ୍ଗ ପଣ୍ଡା ପ୍ରାରମ୍ଭିକ ସୂଚନା ଦେଇଥିଲେ । ଅଧ୍ୟାପକ ଚନ୍ଦନ କୁମାର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ଆଇକ୍ୟୁଏସି ସଂଯୋଜକ ଅଧ୍ୟାପକ ସତ୍ୟେନ୍ଦ୍ର କୁମାର ପାଲ ନାକ୍ ମୂଲ୍ୟାୟନର ବିଭିନ୍ନ ବିଭାଗ ଉପରେ ଆଲୋକପାତ କରିଥିଲେ ।
ମୁଖ୍ୟ ଅତିଥି ଓଡ଼ିଶା ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦର କାର୍ଯ୍ୟନିର୍ବାହୀ ସଦସ୍ୟ ପ୍ରଫେସର ସୁସ୍ମିତ ପ୍ରସାଦ ପାଣି, ସମ୍ମାନିତ ଅତିଥି ଶିକ୍ଷା ପରାମର୍ଶଦାତା ପ୍ରଫେସର ପ୍ରଦୀପ କୁମାର ବେହେରା ଓ ଉଚ୍ଚ ଶିକ୍ଷା ବିଭାଗର ଉପସଚିବ ପ୍ରଫେସର ପବିତ୍ର ମୋହନ ନନ୍ଦ ପ୍ରମୁଖ ଯୋଗଦେଇ ଡିଗ୍ରୀ ମହାବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷାର ବିକାଶ ନିମିତ୍ତ ନାକ୍ ମୂଲ୍ୟାୟନ ଏକାନ୍ତ ଜରୁରୀ ବୋଲି କହିଥିଲେ । ନାକ୍ ଉପଦେଷ୍ଟା ପ୍ରାଧ୍ୟାପିକା କଳ୍ପନା ମଞ୍ଜରୀ ପାତ୍ର, ନୀଳିମା ପାତ୍ର, ପ୍ରାକ୍ତନ ନାକ୍ ସଂଯୋଜକ ଡ. ଆଶିଷ କୁମାର ଦାସ, ପ୍ରଶାସନିକ ଅଧିକାରୀ ପ୍ରାଧ୍ୟାପକ ସରୋଜ କୁମାର ପାଣି, ପୁରାତନ ଛାତ୍ର ସଂସଦ ସଭାପତି ଜୟନ୍ତ କୁମାର ପାଣିଗ୍ରାହୀ, ସମ୍ପାଦକ ବାଞ୍ଛାନିଧି ଦେ ଓ କୋଷାଧ୍ୟକ୍ଷ ଗୋପାଳ ଚନ୍ଦ୍ର ସାହୁ ପ୍ରମୁଖ ଆଲୋଚନାଚକ୍ରରେ ଅଂଶଗ୍ରହଣ କରି ବିଭିନ୍ନ ଆଲୋଚନା କରିଥିଲେ । କଲେଜ ନାକ୍ କମିଟିର ସଦସ୍ୟ ଡ. ତପନ କୁମାର ଦାସ, ଡ. ଶାନ୍ତନୁ କୁମାର ଜେନା, ଅଧ୍ୟାପକ ଲାଖିରାମ ହାଁସଦା, ଅଧ୍ୟାପିକା ରୋଜାଲିନ ସ୍ୱାଇଁ, ଇତିଶ୍ରୀ ମହାନ୍ତ, ଛାତ୍ର ଯଜେ୍ଞଶ୍ୱର ଗିରି ଓ ଛାତ୍ରୀ ବୈଶାଖୀ ପାଢ଼ୀ ପ୍ରମୁଖ ନିଜ ନିଜ ବିଭାଗ ସମ୍ବନ୍ଧରେ ସୂଚନା ପ୍ରଦାନ କରିଥିଲେ । ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାର ବିଭିନ୍ନ କଲେଜରୁ ଅଧ୍ୟାପିକା ଓ ଅଧ୍ୟାପକ ମାନେ ଯୋଗ ଦେଇଥିଲେ । ଅଧ୍ୟାପକ ଡ. ଅର୍ଦ୍ଧେନ୍ଦୁ କୁମାର ଦାଶ, ବିଜୟ କୁମାର ବେହେରା, ଶମ୍ଭୁନାଥ ଗିରି, ଶ୍ରବଣ ନାୟକ, ଜୟକୃଷ୍ଣ ସାହୁ, ଅଧ୍ୟାପିକା ପିନାକ୍ଷୀ ପଣ୍ଡା, ଦେବସ୍ମିତା ଭୂୟାଁ, ଅନ୍ନପୂର୍ଣ୍ଣା ରଣା, ବାସନ୍ତୀ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
