ଭଦ୍ରକ-ବାଲେଶ୍ୱର କେନ୍ଦ୍ର ସମବାୟ ବ୍ୟାଙ୍କର ଉପସଭାପତି ରଞ୍ଜିତା ସିଂ
ନୀଳଗିରି : ନୀଳଗିରି ନିର୍ବାଚନ ମଣ୍ଡଳୀ ମାଟିଆଳି ଲ୍ୟାମ୍ପର ଡାଇରେକ୍ଟର ରଞ୍ଜିତା ସିଂ ବିଜେଡି ତରଫରୁ ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କର ନୂତନ ଉପ-ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସୋମବାର ଉକ୍ତ ସମବାୟ ବ୍ୟାଙ୍କର ଉପ-ସଭାପତି ନିର୍ବାଚନ ହୋଇଥିବା ବେଳେ ରଞ୍ଜିତା ସିଂ ବିଜେଡି ଦଳରୁ ଏକମାତ୍ର ପ୍ରାର୍ଥୀ ଭାବେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇ ଉପ-ସଭାପତି ଆସନ ଅଳଙ୍କୃତ କରିଥିଲେ । ଏନେଇ ନୀଳଗିରି ଅଞ୍ଚଳର ଆନନ୍ଦର ଲହରୀ ଖେଳିଯାଇଛି ।
ସେ ତାଙ୍କ କାର୍ଯ୍ୟକାଳରେ କିପରି ସହଜରେ ଚାଷୀ ଋଣ ପାଇ ପାରିବେ ଏବଂ ଚାଷୀର ସ୍ୱାର୍ଥକୁ ଅଗ୍ରାଧିକାର ଭିତିରେ ପ୍ରାଥମିକତା ଦେବେ ସେ ପ୍ରତି ସେ ଧ୍ୟାନ ଦେବେ ବୋଲି କହିଛନ୍ତି । ବିଜେଡି ନେତା ସନ୍ତୋଷ ଖଟୁଆଙ୍କ ରଣକୌଶଳରେ ଏହି ସଫଳତା ମିଳିଥିବା ବେଳେ ଜିଲା ପରିଷଦ ସଭ୍ୟ ଗତିକୃଷ୍ଣ ନନ୍ଦ, ଯୁବ ବିଜେଡି ସଭାପତି ତାପସ ପରିଡ଼ା, ନୀଳଗିରି ବିଜେଡି ବ୍ଲକ ସଭାପତି ବିଜୟ ଲେଙ୍କା, କୃତିବାସ ବେହେରା ପ୍ରମୁଖ ବହୁ କାର୍ଯ୍ୟକର୍ତ୍ତା ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।
