ହକି ବିଶ୍ୱକପ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ : ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର: ହକି ବିଶ୍ୱକପ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ସେ କହିଛନ୍ତି ବିଭିନ୍ନ ବିଭାଗକୁ ଯେଉଁ କାଯ୍ୟ ଦିଆଯାଇଛି ସେ କାମଗୁଡିକ ଆଗେଇ ଚାଲିଛି । ବିଶ୍ୱକପ ଆରମ୍ଭ ହେବାର ବହୁ ପୂର୍ବରୁ ଏହି କାମ ସରିଯିବ । ୧୩ ଜାନୁଆରିରେ ରାଉଲକେଲାରେ ଉଦଘାଟନୀ କାଯ୍ୟକ୍ରମ ଆୟୋଜନ କରାଯାଇଛି ।
ସେହିଭଳି କଟକର ବାରବାଟୀ ଷ୍ଟାଡିୟମରେ ମଧ୍ୟ ଜାନୁଆରି ତାରିଖରେ ହକି ବିଶ୍ୱକପ ନେଇ ଏକ ଭବ୍ୟ କାଯ୍ୟକ୍ରମର ଆୟୋଜନ କରାଯିବାର କାଜ୍ୟକ୍ରମ ରହିଛି । ଯେଉଁଠି ୪୦ ହଜାର ଦର୍ଶକ ଏବଂ ଅତିଥି ଯୋଗଦେବେ । ତାସହ ରାଜ୍ୟର ସମସ୍ତ ପଂଚାୟତରେ ହକି ସହ ଅନ୍ୟ ଖେଳ ପ୍ରତି ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ସହ ହକିର ମାହୋଲ ସୃଷ୍ଟି କରିବାକୁ ପାଇଁ ବିଭିନ୍ନ କାଯ୍ୟକ୍ରମ ହାତକୁ ନିଆଯିବାକୁ ଯୋଜନା ରହିଛି । ବିଶ୍ୱକପ ହକିର ସେରିମନି ପ୍ରୋସେସନ ଜିଲ୍ଲାଗୁଡିକରେ ମଧ୍ୟ କରାଯିବା । ଅନୁଧ୍ୟାନ ଚାଲିଛି ଖୁବ ଶୀଘ୍ର ଆମେ ଲାଇସେନ୍ସ ପାଇବୁ । ତାସହ କମରସିଆଲ ସେବା ଆରମ୍ଭ କରିବୁ । ସମସ୍ତ ହକି ଖେଳାଳିମାନଙ୍କୁ ଚାଟାଡ଼ ଫ୍ଲାଇଟରେ ଭୁବନେଶ୍ୱର ଏବଂ ରାଉଲକେଲାକୁ ନେବଆଣିବା କରାଯିବା । ଭୁବନେଶ୍ୱର ଓ ରାଉରକେଲାରେ ଖେଳାଯିବ ସମସ୍ତ ମ୍ୟାଚ୍ । ମୁହାଁମୁହିଁ ହେବେ ବିଶ୍ୱର ବଛା ବଛା ଟିମ୍ । ହକିର ଏହି ମହାକୁମ୍ଭକୁ ଆୟୋଜନ ପାଇଁ ଏବେ ଓଡ଼ିଶା ପୂରା ପ୍ରସ୍ତୁତ ହୋଇଯାଇଛି । ଆଜି ବିଶ୍ୱକପ ହକି ଆୟୋଜନ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର । ସମୀକ୍ଷା ପରେ ସେ କହିଛନ୍ତି ଯେ ହକି ବିଶ୍ୱକପ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ।ଯେଉଁ ବିଭାଗକୁ ଯେଉଁ କାର୍ଯ୍ୟ ଦିଆଯାଇଥିଲା ସେସବୁ କାର୍ଯ୍ୟ ଜୋରଦାରରେ ଆଗେଇ ଚାଲିଛି । ବିଶ୍ୱକପ ଆରମ୍ଭର ବହୁ ପୂର୍ବରୁ ଏହି କାମ ଶେଷ ହେବ ।
ମୁଖ୍ୟ ଶାସନ ସଚିବ ଆହୁରି ମଧ୍ୟ କହିଛନ୍ତି ଯେ ରାଉରକେଲା ଏୟାରଷ୍ଟ୍ରିପ୍ କାମ ସଂପୂର୍ଣ୍ଣ ହୋଇଛି । ଏବେ ତାହାର ଅନୁଧ୍ୟାନ ଚାଲିଛି । ଅନୁଧ୍ୟାନ ଶେଷ ହେବା ପରେ ଲାଇସେନ୍ସ ମିଳିବ । ଆଉ ଏହାପରେ ବିମାନ ସେବା ଆରମ୍ଭ ହେବ । ସମସ୍ତ ହକି ଖେଳାଳୀଙ୍କୁ ଚାଟାର୍ଡ ଫ୍ଲାଇଟରେ ଭୁବନେଶ୍ୱର ଏବଂ ରାଉରକେଲାକୁ ନେବା ଆଣିବା କରାଯିବ । ସମସ୍ତ ପ୍ରସ୍ତୁତି ଏକପ୍ରକାର ଶେଷ ପର୍ଯ୍ୟାୟରେ ପହଂଚିଛି । ତେଣୁ ଚଳିତ ହକି ବିଶ୍ୱକପ୍ ବେଶ ଧୂମଧାମରେ ପାଳିତ ହେବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ । ଉଲ୍ଲେଖଯୋଗ୍ୟ ଆସନ୍ତାମାସ ୧୩ ତାରିଖରୁ ଆରମ୍ଭ ହେଉଛି ପୁରୁଷ ହକି ବିଶ୍ୱକପ । ଏଥର ଭୁବନେଶ୍ୱରରେ ସମେତ ରାଉରକେଲାରେ ବି ଖେଳାଯିବ ବିଶ୍ୱକପର ମ୍ୟାଚ । ଏଥିପାଇଁ ରାଉରକେଲାରେ ଦେଶର ସର୍ବବୃହତ ହକି ଷ୍ଟାଡିୟମ ନିର୍ମାଣ କରାଯାଇଛି ।
