ଅଲ ଇଣ୍ଡିଆ ଇଣ୍ଟରଜୋନ୍ ଖୋ-ଖୋ ଟୁର୍ଣ୍ଣାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ କଲା ଏଫଏମୟୁ
ବାଲେଶ୍ୱର : ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟ (ଏଫଏମୟୁ) ଆନୁକୂଲ୍ୟରେ ଗତ ୧୪ ତାରିଖରୁ ଆରମ୍ଭ ହୋଇଥିବା ପୂର୍ବାଞ୍ଚଳ ଆନ୍ତଃବିଶ୍ୱବିଦ୍ୟାଳୟ ମହିଳା ବର୍ଗର ଖୋ-ଖୋ ଟୁର୍ଣ୍ଣାମେଣ୍ଟର ଶୁକ୍ରବାର ତୃତୀୟ ଦିନରେ କ୍ୱାଲିଫାୟ୍ ପର୍ଯ୍ୟାୟର ଖେଳ ଅନୁଷ୍ଠିତ ହୋଇଯାଇଛି ।
ଫକୀର ମୋହନ ବିଶ୍ୱବିଦ୍ୟାଳୟ ପ୍ରଥମ ପର୍ଯ୍ୟାୟରେ କଲ୍ୟାଣୀ ବିଶ୍ୱବିଦ୍ୟାଳୟ, ପଶ୍ଚିମବଙ୍ଗ ବିପକ୍ଷରେ ଓ ଦ୍ୱିତୀୟ ପର୍ଯ୍ୟାୟରେ ଉତ୍କଳ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱର ବିପକ୍ଷରେ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ଖେଳି ଉଭୟ ମ୍ୟାଚ୍ରେ ବିଜୟ ଲାଭ କରିଛି । ଏହିକ୍ରମରେ ଫକୀର ମୋହନ ବିଶ୍ୱବିଦ୍ୟାଳୟ ଅଲ ଇଣ୍ଡିଆ ଇଣ୍ଟର ଜୋନ୍ ତରଫରୁ ଖେଳିବା ପାଇଁ ଯୋଗ୍ୟତା ଅର୍ଜନ କରିଛି । ଏହି ସଫଳତା ଓ ଯୋଗ୍ୟତା ଅର୍ଜନ କରିଥିବା ହେତୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସମସ୍ତ ଖେଳାଳିମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । ଆସନ୍ତା ଶନିବାର ଏହି ଖୋ-ଖୋ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହେବାର କାର୍ଯ୍ୟକ୍ରମ ରହିଛି ।
