ଡେଙ୍ଗୁୁ ରୋଗର ଆୟୁର୍ବେଦ ଚିକିତ୍ସା ସଂକ୍ରାନ୍ତ ରାଜ୍ୟସ୍ତରୀୟ ଆଲୋଚନାଚକ୍ର
କଟକ : କଟକସ୍ଥିତ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲ ପରିସରରେ ଡେଙ୍ଗୁୁ ରୋଗର ଆୟୁର୍ବେଦ ଚିକିତ୍ସା ସଂକ୍ରାନ୍ତ ଏକ ରାଜ୍ୟସ୍ତରୀୟ ସଚେତନତା ମୂଳକ ଆଲୋଚନାଚକ୍ର ଓ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଜ୍ୟୋସ୍ôନାମୟୀ ଷଡଙ୍ଗୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡିଶା ଆୟୁର୍ବେଦ ସେବା ସଂସ୍ଥାର ଅଧ୍ୟକ୍ଷ ତଥା ଡିଲିଟ୍ ପ୍ରାପ୍ତ ଆୟୁର୍ବେଦ ଗବେଷକ ଡାକ୍ତର ଦୀନବନ୍ଧୁ ମହାରଣା ଡେଙ୍ଗୁ ରୋଗର ଭୟାବହତା ଓ ଆୟୁର୍ବେଦୀୟ ଚିକିତ୍ସା ସଂପର୍କରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିଥିଲେ । ଆୟୁର୍ବେଦୀୟ ପଦ୍ଧତିରେ ଡେଙ୍ଗୁ ରୋଗର ଚିକିତ୍ସା ସଂପର୍କରେ ସୂଚନା ପ୍ରଦାନ କରି ଡାକ୍ତର ମହାରଣା କହିଥିଲେ ଯେ, ଡେଙ୍ଗୁ ଜ୍ୱରରୁ ଆରୋଗ୍ୟ ହେବା ନିମନ୍ତେ ଅମୃତଭଣ୍ଡାର କଂଚା ପତ୍ରକୁ ବାଟି ତାର ସ୍ୱରସ ୨୦ ଏମଏଲ, ଅଧଚାମଚ ଗୁଡୁଚି ରସ ଏବଂ ୧୦/୧୫ଟି ତୁଳସୀ ପତ୍ରର ରସ ମିଶାଇ ସକାଳେ, ମଧ୍ୟାହ୍ନରେ ଓ ରାତିରେ ସେବନ କରାଯିବା ଉଚିତ୍ । ଏହି ରୋଗରେ ରକ୍ତରେ ପ୍ଲେଟ୍ଲେଟ୍ କମିଯାଇ ରୋଗୀକୁ ମୃତ୍ୟୁ ମୁଖକୁ ଟାଣିନେଇଥାଏ ବୋଲି ଦର୍ଶାଇ ଡାକ୍ତର ମହାରଣା ଏଥିପ୍ରତି ସଚେତନ ରହିବାକୁ ପରାମର୍ଶ ଦେଇଥିଲେ । ଏହି ଆଲୋଚନା ଚକ୍ରରେ ଗବେଷକ ସଂଗ୍ରାମ ନାୟକ, ଡାକ୍ତର ମିନତି ମହାରଣା, ସମାଜସେବୀ ସୁଲତା ପଣ୍ଡା, ବିଜ୍ଞାନ ପ୍ରଚାରକ ନାରାୟଣ ସାହୁ ଓ ପଂଚକର୍ମ ବିଶେଷଜ୍ଞ ଡାକ୍ତର ଦିବ୍ୟଜ୍ୟୋତି ମହାରଣା ପ୍ରମୁଖ ଯୋଗଦେଇ ମାରାତ୍ମକ ଡେଙ୍ଗୁ ରୋଗ ଉପରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇଥିଲେ । ଏହି ଅବସରରେ ସ୍ୱାସ୍ଥ୍ୟ ରକ୍ଷା ସଂପର୍କିତ ସ୍ୱାସ୍ଥ୍ୟ ପୁସ୍ତିକା ବଣ୍ଟନ କରାଯାଇଥିଲ।
