ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବୈଠକ ଆରମ୍ଭ
ଭୁବନେଶ୍ୱର : ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି । ଭୁବନେଶ୍ବର ସ୍ଥିତ ଏକ ଘରୋଇ ହୋଟେଲରେ ଆରମ୍ଭ ହୋଇଛି ବୈଠକ । ବୈଠକରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ସମେତ ପ୍ରଭାରୀ ଡି ପୁରନ୍ଦେଶ୍ଵରୀ, ସହ ପ୍ରଭାରୀ ବିଜୟ ପାଲ ସିଂ ତୋମାର, କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ ତଥା ବିଜେପି ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡା ପ୍ରମୁଖ ସାମିଲ ହୋଇଛନ୍ତି । ବୈଠକରେ ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତି, ମହିଳା ଓ ଶିଶୁ ନିର୍ଯ୍ୟାତନା ବୃଦ୍ଧି, ସୀମା ବିବାଦ, ବେରୋଜଗାର ସମସ୍ୟା, ରାଜ୍ୟରେ ବ୍ୟାପକ ନିଶା କାରବାର, ଧାନ କିଣାବିକାରେ ଚାଷୀଙ୍କୁ ଶୋଷଣ, ବିପର୍ଯ୍ୟସ୍ତ ଜଳ ସେଚନ ବ୍ୟବସ୍ଥା ଉପରେ ଆଲୋଚନା ହେବ ।
କାର୍ଯ୍ୟକାରିଣୀ ବୈଠକ ପୂର୍ବରୁ ଦଳ ଗତ ମଙ୍ଗଳବାର ରାଜ୍ୟ ପଦାଧିକାରୀ ବୈଠକ ଅନୁଷ୍ଠିତ ହୋଇଥିଲା । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଅଧକ୍ଷତା କରିଥିଲେ । ବୈଠକରେ ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା ।
