SSC Recruitment 2024 : ଏସଏସସି ତରଫରୁ ବାହାରିଛି ବମ୍ପର ନିଯୁକ୍ତି ସୁଯୋଗ, ଦଶମ ଓ ଯୁକ୍ତ୨ ପାସ୍ କରିଥିଲେ କରିପାରିବେ ଆବେଦନ
କର୍ମଚାରୀ ଚୟନ ଆୟୋଗରେ (ଏସଏସସି) ବାହାରିଛି ବମ୍ପର ନିଯୁକ୍ତି ସୁଯୋଗ। ଅନେକ ପଦବୀରେ ନିଯୁକ୍ତି ପାଇଁ ଏକ ବିଜ୍ଞାପନ ପ୍ରକାଶ କରିଛି। ଚାକିରି ପାଇଁ ଆଗ୍ରହୀ ଥିବା ପ୍ରାର୍ଥୀଙ୍କ ପାଇଁ ଏହି ବିଜ୍ଞାପନ ଆଣି ଦେଇଛି ସୂବର୍ଣ୍ଣ ସୁଯୋଗ। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ପୂରଣ ହେବ ମୋଟ ୫୩୬୯ ପଦବୀ । ଏଥିରେ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଦଶମ ପାସ୍ ପ୍ରାର୍ଥୀଙ୍କ ଠାରୁ ଆରମ୍ଭ କରି ଗ୍ରାଜୁଏସନ କରିଥିବା ପ୍ରାର୍ଥୀମାନେ ଶିକ୍ଷାଗତ ଯୋଗ୍ୟତା ଅନୁସାରେ ବିଭିନ୍ନ ପଦବୀରେ ଆବେଦନ କରିପାରିବେ। ପ୍ରାର୍ଥୀମାନେ ଏସଏସସିର ଅଫିସିଆଲ୍ ୱେବ୍ସାଇଟ୍ www.ssc.nic.in କୁ ଯାଇ ଅନ୍ଲାଇନ୍ରେ ଆବେଦନ କରିପାରିବେ।
ଆବେଦନ ତାରିଖ :
ଅନ୍ଲାଇନ୍ ଆବେଦନ ତାରିଖ ଫେବୃଆରୀ ୨୬ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏହି ଆବେଦନ ତାରିଖ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଚାଲିବା ନେଇ ବିଜ୍ଞପ୍ତିରେ ପ୍ରକାଶ ପାଇଛି।
ଖାଲି ପଦବୀ :
UR ପାଇଁ ୨୫୪୦ଟି ପୋଷ୍ଟ୍ ଖାଲି ପଡ଼ିଥିବା ବେଳେ EWS ପାଇଁ ୪୬୭ଟି ପୋଷ୍ଟ ଖାଲି ପଡ଼ିଛି। ସେହିପରି OBC ପାଇଁ ୧ ହଜାର ୩୩୨ଟି ପୋଷ୍ଟ୍ ଖାଲି ପଡ଼ିଥିବା ବେଳେ SC ପୋଷ୍ଟ ପାଇଁ ୬୮୭ଟି ଭାକାନ୍ସି ବାହାରିଛି। ସେହିପରି ST ପାଇଁ ୩୪୩ଟି ପୋଷ୍ଟ୍ ଖାଲି ପଡ଼ିଛି। ଏହିପରି ମୋଟ ୫୩୬୯ଟି ପୋଷ୍ଟ୍ ଖାଲି ପଡ଼ିଥିବା ବିଜ୍ଞପ୍ତିରେ ପ୍ରକାଶ ପାଇଛି।
ଶିକ୍ଷାଗତ ଯୋଗ୍ୟତା :
– ଭାରତର ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ପାସ୍ କରିଥିବା ଆବଶ୍ୟକ।
– ଯେକୌଣସି ସ୍ୱୀକୃତିପ୍ରାପ୍ତ ଅନୁଷ୍ଠାନରୁ ୧୦ ଓ +୨ ପାଶ୍ ।
– ଯେକୌସି ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ ବା ଶିକ୍ଷାନୁଷ୍ଠାନରୁ ଯେକୌଣସି ବିଷୟରରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ ।
ବୟସ ସୀମା :
ଉପରୋକ୍ତ ପୋଷ୍ଟ ଗୁଡ଼ିକରେ ଆବେଦନ ପାଇଁ ସର୍ବନିମ୍ନ ବୟସସୀମା ୧୮ ବର୍ଷ ହୋଇଥିବା ବେଳେ ସର୍ବାଧିକ ବୟସସୀମା ୩୦ ବର୍ଷ ଧାର୍ଯ୍ୟ କରାଯାଇଛି। ତେବେ OBCଙ୍କ ପାଇଁ ୦୩ ବର୍ଷ କୋହଳ କରାଯାଇଥିବା ବେଳେ ST / SC / PWD/ESM ବର୍ଗଙ୍କ ପାଇଁ ୦୫ ବର୍ଷ କୋହଳ କରାଯାଇଛି। ସେହିପରି PWD + SC / ST ୧୫ ବର୍ଷ କୋହଳ କରାଯାଇଛି।
ଚୟନ ପ୍ରକ୍ରିୟା :
-କମ୍ପ୍ୟୁଟର ଆଧାରିତ ଲିଖିତ ପରୀକ୍ଷା
-ଦକ୍ଷତା ପରୀକ୍ଷା
-ଡକ୍ୟୁମେଣ୍ଟ୍ ଯାଞ୍ଚ
ଦରମା :
ସର୍ବନିମ୍ନ ମାସିକ ଦରମା – ୮,୦୦୦ ଟଙ୍କା
ସର୍ବାଧିକ ମାସିକ ଦରମା – ୩୯,୬୦୦ ଟଙ୍କ
