ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ
ପୁରୀ : ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ। ବିଭିନ୍ନ ତହସିଲ ଅଧିନରେ ମହାପ୍ରଭୁଙ୍କ ଜମି ହଡପ ପ୍ରସଙ୍ଗ ଓ ଜମି ସୁରକ୍ଷା ମୁଖ୍ୟ ପ୍ରସଙ୍ଗ ହେବ। ଏଥିରେ ମହାପ୍ରଭୁଙ୍କ ଜମିଜମା, ଖଣି ସହ ୨୦୨୧-୨୨ ଆର୍ଥିକ ବର୍ଷର ପ୍ରାୟ ୧୯୦କୋଟି ଟଙ୍କାର ବଜେଟ୍ ଉପରେ ହେବ ଆଲୋଚନା ।
ଏଥିସହିତ ସେବାୟତ, ବରିଷ୍ଠ ଅଧିକାରୀ ଓ ଜେଟିପିଙ୍କ ଡ୍ରେସ୍ କୋଡ୍ ଉପରେ ନିଆଯାଇପାରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ସେବାୟତମାନେ ପାଟ ମକୁଟା ପରିଧାନ କରିବେ । ମୁଖ୍ୟ ପ୍ରଶାସକ, ଉପମୁଖ୍ୟ ପ୍ରଶାସକ, ଏସପି, ନୀତି ପ୍ରଶାସକ, ଉନ୍ନୟନ ପ୍ରଶାସକ ଆଦି ବରିଷ୍ଠ ଅଧିକାରୀମାନେ ଧଳା ପାଇଜାମା ଓ କୁର୍ତ୍ତା ପରିଧାନ କରି ଗର୍ଭଗୃହକୁ ପ୍ରବେଶ କରିବେ। ସେହିପରି ଜେଟିପି ଓ ଚର୍ଚ୍ଚାମାନଙ୍କ ପାଇଁ ଖାକି ଧୋତି ଡ୍ରେସକୋଡ କରାଯାଇଛି । ତେବେ ପରିଚାଳନା କମିଟି ବୈଠକରେ ଚୂଡାନ୍ତ ଡ୍ରେସକୋଡ ଉପରେ ଲାଗିପାରେ ମୋହର ।
