ନେଦରଲାଣ୍ଡକୁ ହରାଇ ଟି-୨୦ ବିଶ୍ୱକପ୍ ସୁପର-୧୨ ରେ ଶ୍ରୀଲଙ୍କା
ଜିଲାଙ୍ଗ : ଶ୍ରୀଲଙ୍କା ନେଦରଲାଣ୍ଡକୁ ୧୬ ରନ୍ରେ ହରାଇ ଆଇସିସି ଟି-୨୦ ବିଶ୍ୱକପ୍ ସୁପର-୧୨ ରେ ପହଂଚିବା ପାଇଁ ଯୋଗ୍ୟତା ହାସଲ କରିଛି । ନେଦରଲାଣ୍ଡ ବିରୋଧରେ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୨୦ ଓଭରରେ ୬ ୱିକେଟ୍ ହରାଇ ୧୬୨ ରନ୍ କରିଥିଲା । ଏହାର ଜବାବରେ ନେଦରଲାଣ୍ଡ ୨୦ ଓଭରରେ ୯ ୱିକେଟରେ ୧୪୬ ରନ୍ କରିବାକୁ ସକ୍ଷମ ହୋଇଥିଲା ।
ନେଦରଲାଣ୍ଡ ୧୬୩ ରନ୍ କରିବା ଲକ୍ଷ୍ୟରେ ପ୍ରଥମରୁ ହିଁ ଭଲ ପ୍ରଦର୍ଶନ କରିପାରି ନଥିଲା । ୪ର୍ଥ ଓଭରରେ ବିକ୍ରମଜିତ୍ ସିଂହ ୭ ରନ୍କରି ମହେଶଙ୍କର ବଲରେ ଆଉଟ ହୋଇଯାଇଥିଲେ । ଏହି ମ୍ୟାଚରେ ଶ୍ରୀଲଙ୍କା ଟଚ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଥିଲା । ଶ୍ରୀଲଙ୍କାର କୁସଳ ମେଁଡିସ୍ ୭୯ ରନ୍ କରି ଦଳକୁ ଅର୍ଧଶତକ ପାରି କରାଇ ଦେଇଥିଲେ । ଫଳରେ ଦଳର ସ୍କୋର ୬ ଓିକେଟ୍ରେ ୧୬୨ ରନ୍ କରି ଦଳ ଗୋଟିଏ ସମ୍ମାନ ଜନକ ସ୍କୋର ଛିଡା କରିଥିଲା ।
