ଶ୍ରୀନିବାସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସ୍ୱତନ୍ତ୍ର ଶୀତ ଶିବିର
ବାଲେଶ୍ୱର : ବାଲେଶ୍ୱର ଜିଲା ସୋର ମଙ୍ଗଳପୁର ସ୍ଥିତ ଶ୍ରୀନିବାସ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା ଆନୁକୂଲ୍ୟରେ ବାଳକ ବିଭାଗ ପକ୍ଷରୁ ଶୀତକାଳୀନ ସ୍ୱତନ୍ତ୍ର ଶିବିର ଉଦ୍ଯାପିତ ହୋଇଯାଇଛି । ଶିଙ୍ଗାଖୁଣ୍ଟା ପ୍ରାଥମିକ ବିଦ୍ୟାଳୟର ଅନୁଷ୍ଠିତ ଶିବିରକୁ ବିଦ୍ୟାଳୟର ଅଧ୍ୟକ୍ଷ ଜଗଦୀଶ ଚନ୍ଦ୍ର ବିଶ୍ୱାଳ ଉଦ୍ଘାଟନ କରି ସେବାର ମହତ୍ୱ ସମ୍ପର୍କରେ ସ୍ୱେଚ୍ଛାସେବୀଙ୍କୁ ଅବଗତ କରାଇଥିଲେ ।
ଉଦ୍ଯାପନୀ ସଭାରେ ଭାରପ୍ରାପ୍ତ ଅଧ୍ୟକ୍ଷ ପିତାମ୍ବର ସେଠି ଅଧ୍ୟକ୍ଷତା କରିଥିଲେ । ବରିଷ୍ଠ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ବେହେରା ଏହି ସଭାରେ ଯୋଗଦେଇଥିଲେ । ଇଂରାଜୀ ବିଭାଗ ମୁଖ୍ୟ ଡ. ପୁଣ୍ୟବ୍ରତ ମହାନ୍ତି ସଭାଟିକୁ ପରିଚାଳନା କରିଥିବା ବେଳେ ଡ. ସଂଗ୍ରାମ କୁମାର ରାଉତ, ଅଧ୍ୟାପକ ବିଜୟ କୁମାର ମହାଳିକ, ଅଧ୍ୟାପକ ଡ. ପଙ୍କଜ କୁମାର ଜେନା ଛାତ୍ରୀଛାତ୍ରଙ୍କ ଉତ୍ତରତ୍ତୋର ଉନ୍ନତି କାମନା କରିଥିଲେ । ଶିଙ୍ଗାଖୁଣ୍ଟା ପ୍ରାଥମିକ ସ୍କୁଲ୍ର ପ୍ରଧାନଶିକ୍ଷକ ହରିଶ୍ଚନ୍ଦ୍ର ଦ୍ୱିବେଦୀ ମୁଖ୍ୟଅତିଥି ଭାବେ ଯୋଗଦେଇ ପିଲାମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରିଥିଲେ । ଶିବିର ୭ଦିନ ଧରି ଚାଲିଥିବା ବେଳେ ବିଦ୍ୟାଳୟର ଜାତୀୟ ସେବା ଅଧିକାରୀ ଡ. ସମ୍ବିତ କୁମାର ପଳିତାଙ୍କ ସହ ଜାତୀୟ ସେବା ଶିବିରର ସ୍ୱେଚ୍ଛାସେବୀ ପୋଷ୍ୟଗ୍ରାମ ଶିଙ୍ଗାଖୁଣ୍ଟାକୁ ଯାଇ ପ୍ରାଥମିକ ବିଦ୍ୟାଳୟ ପରିସର, ଶିଙ୍ଗାଖୁଣ୍ଟା ବଜାର, ଶିଙ୍ଗାଖୁଣ୍ଟା ପଞ୍ଚାୟତ ଅଫିସ୍, ଆୟୁର୍ବେଦିକ ଚିକିତ୍ସାଳୟ, ଗୁଜୁଡ଼ିହା ଜଗନ୍ନାଥ ମନ୍ଦିର ପରିସର, ସରଳିଆ ଶିବ ମନ୍ଦିର ପରିସର ଏବଂ ଶିଙ୍ଗାଖୁଣ୍ଟା ଗ୍ରାମ ଆଦିକୁ ପରିସ୍କାର କରିଛନ୍ତି । ଶେଷରେ ବିଦ୍ୟାଳୟର ଅଧ୍ୟାପକ ତଥା ସେବା ଅଧିକାରୀ ଡ. ପଳିତା ଧନ୍ୟବାଦ ଅର୍ପଣ କରିଥିଲେ ।


