ଝାରସୁଗୁଡ଼ା ଜିଲ୍ଳା କ୍ରୀଡା ସଂଘର ସ୍ୱତନ୍ତ୍ର ସାଧାରଣ ବୈଠକ
ଝାରସୁଗୁଡା : ଝାରସୁଗୁଡ଼ା ଜିଲ୍ଳା କ୍ରୀଡା ସଂଘ ର ସ୍ୱତନ୍ତ୍ର ସାଧାରଣ ବୈଠକ ଆଜି ଦିନ ୧୦ଟା ରେ ୨ୟ ଓ.ଏସ.ଏପି ବ୍ୟାଡମିର୍ଟନ ହଲ୍ ରେ କ୍ରୀଡା ସଂଘ ର କାର୍ଯ୍ୟକରୀ ସଭାପତି ଡିଲେଶ୍ୱର ରାଓ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇ ଥିଲା । ଝାରସୁଗୁଡ଼ା ଜିଲ୍ଳା କ୍ରୀଡା ସଂଘ ର ସଂପାଦକ ତାପସ କୁମାର ରାୟଚଉଧୁରୀ ବିବରଣୀ ପାଠ କରିବା ସହିତ ବେଦାନ୍ତ କମ୍ପାନୀ ର ପାରିପାଶ୍ୱିକ ଉନ୍ନୟନ ପାଣ୍ଠିରୁ ମିଳି ଥିବା କ୍ରୀଡା ସଂଘର ଗୃହ ପାଇଁ ଅର୍ଥ ର ସାହାର୍ଯ୍ୟ ରେ ସଂଘର କଂଟାପାଲି ଠାରେ ଥିବା ନିଜସ୍ୱ ଜମିରେ ଆସନ୍ତା ମାସରେ କ୍ରୀଡା ସଂଘର ଗୃହ ନିର୍ମାଣ କରା ଯିବ ବୋଲି ପ୍ରକାଶ କରି ଥିଲେ । ସାହାର୍ଯ୍ୟ କରି ଥିବା ବ୍ୟକ୍ତି ବିଶେଷମାନଙ୍କ ସହିତ ଜିଲ୍ଳାର ସଫଳ କ୍ରୀଡାବିତ ମାନଙ୍କୁ ମାନଙ୍କୁ ସଂଘ ତରଫ ରୁ ସମର୍ଦ୍ଧନା କରିବା ପାଇଁ ଜିଲ୍ଳା କ୍ରୀଡା ସଂଘ ର ବୈଠକ ରେ ଆଲୋଚନା କରି ପ୍ରସ୍ତାବ ଗୃହିତ କରାଇ ଥିଲେ । ଜିଲ୍ଳା କ୍ରୀଡା ସଂଘ ଦ୍ୱାରା ଅନୁମୋଦିତ ହୋଇ ଥିବା ଫୁଟବଲ, ଆଥଲେଟିକ, କବାଡି ଓ ବ୍ୟାଡମିର୍ଟନ ବିଭାଗର ସଂପାଦକ ମାନେ ଯଥା ମୁନାମହାନ୍ତି, ମାନସ ଆଚାର୍ଯ୍ୟ, ମନୋଜ ଦାସ ଓ ମଙ୍ଗଳ ଓରାମ ନିଜ ନିଜ ବିଭାଗର କାର୍ଯ୍ୟ ସୂଚୀ ବିଷୟରେ ସଭ୍ୟ ମାନଙ୍କୁ ଅବଗତ କରାଇ ଥିଲେ । ଏହି ଆଲୋଚନା ରେ ଝାରସୁଗୁଡା ଜିଲ୍ଳା ସଂଘର ଟହଲୁ ସାହୁ କାର୍ଯ୍ୟକାରୀ ସଭାପତି ଡିଲେଶ୍ୱର ରାଓ, ଉପ-ସଭାପତି ଜୀବନ ମହାନ୍ତି ଆଲୋଚନାରେ ଅଂଶ ଗ୍ରହଣ କରି ଥିଲେ । ଶେଷରେ ଉପ-ସଭାପତି ବିଜୟ ଦାସ ଧନ୍ୟବାଦ ପ୍ରଦାନ କରି ଥିଲେ ।
