ପୌଷ ଅମାବାସ୍ୟାରେ ବିଶେଷ ସଂଯୋଗ ! ମା’ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ କରନ୍ତୁ ଏହି ଉପାୟ
ଆଜି ପୌଷ ଅମାବାସ୍ୟା । ଏହି ଦିନଟିକୁ ବଉଳ ଅମାବାସ୍ୟା ଭାବେ ପାରମ୍ପରିକ ରୀତିରେ ଓଡ଼ିଶାର ଘରେ ଘରେ ଏକ ସାମାଜିକ ଉତ୍ସବ ରୂପେ ପାଳିତ ହୋଇଥାଏ । ସାଧାରଣତଃ ଏହି ସମୟରେ ଆମ୍ବ ଓ ପଣସ ଗଛଗୁଡ଼ିକରେ ବଉଳ ବା ଫଳକଷି ଧରେ । ଲୋକମାନଙ୍କ ମନରେ ବିଶ୍ୱାସ ଯେ ବଉଳ ଅମାବାସ୍ୟା ଦିନ ବିଧି ଅନୁସାରେ ଗଛମାନଙ୍କର ପୂଜା କଲେ, ଗଛରେ ବହୁତ ଫଳ ହୁଏ ।
ପୌଷ ଅମାବାସ୍ୟା ପୌଷ ମାସ କୃଷ୍ଣ ପକ୍ଷର ଶେଷଦିନ ଅଟେ । ଏହା ପରଦିନ ଶୁକ୍ଳପକ୍ଷ ଆରମ୍ଭ ହେଉଛି । ପୌଷ ମାସର ଅମାବାସ୍ୟା ଦିନ ତୀର୍ଥ ସ୍ନାନ ଓ ଦାନ କରିବାର ପରମ୍ପରା ରହିଛି। ଏହି ଅମାବାସ୍ୟା ବର୍ଷର ଅନ୍ୟ ଅମାବାସ୍ୟା ତୁଳନାରେ ଅଧିକ ମହତ୍ବପୁର୍ଣ ଅଟେ । ଏହି ସମୟରେ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଦେବାର ପରମ୍ପରା ରହିଛି। ଏହାଛଡା ଶୁଭ ସଂଯୋଗ ରହିଥିବା କାରଣରୁ ଲକ୍ଷ୍ମୀ ପୂଜନର ମଧ୍ୟ ମହତ୍ୱ ରହିଛି। ଚଳିତ ବର୍ଷ ପୌଷ ଅମାବାସ୍ୟାରେ ବିଶେଷ ସଂଯୋଗ କରୁଥିବା କାରଣରୁ ମା’ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ କରନ୍ତୁ ଏହି ଉପାୟ
ଜାଣନ୍ତୁ କଣ କରିବେ :
ଏହି ଅମାବାସ୍ୟା ଦିନ ସୁଧ ଯୋଗ ଘଟୁଥିବା କାରଣରୁ ଲକ୍ଷ୍ମୀଙ୍କ ପୂଜନ ବିଧିଵଧ ଭାବରେ କରିବା ଜରୁରୀ। ଏହାଛଡା ଲକ୍ଷ୍ମୀଙ୍କୁ ଉପାସନା କରିବା ଦ୍ବାରା ସମସ୍ତ ରିଷ୍ଟ ଖଣ୍ଡନ ହୋଇଥାଏ ଓ ଜୀବନରେ ସୁଖ ସମୃଦ୍ଧିର ଆଗମନ ହୋଇଥାଏ ।
ପିତୃ ପୁରୁଷ ଆତ୍ମାର ଶାନ୍ତି ପାଇଁ ଆଜିର ଦିନରେ ଗୋଟିଏ ପାତ୍ରରେ ଜଳ ଭାରି ଘରର ମୁଖ୍ୟ ଦ୍ବାରରେ ରଖନ୍ତୁ, ସେହି ପାତ୍ର ଉପରେ ଗୋଟିଏ ସ୍ବସ୍ତିକ ଚିହ୍ନ ଅଙ୍କନ କରନ୍ତୁ । ଯାହାଦ୍ବାରା ଘରର ସମସ୍ତ ଅସୁବିଧା ଦୂର ହେବ ଏବଂ ସୁଖ ସମୃଦ୍ଧିର ଆଗମନ ହେବ ।
ଆଜିର ଦିନରେ ପିତୃ ପୁରୁଷଙ୍କୁ ପୂଜନ କରିବାର ମଧ୍ୟ ବିଶେଷ ମହତ୍ୱ ରହିଥାଏ। ଯେଉଁ ବ୍ୟକ୍ତିଙ୍କ କୁଣ୍ଡଳୀରେ ପିତୃ ଦୋଷ ରହିଥାଏ, ଏହିଦିନ ତୀର୍ଥ ସ୍ଥଳରେ ଓ ପବିତ୍ର ଜଳରେ ପିଣ୍ଡଦାନ କରିବା ଦ୍ବାରା ପିତୃ ଦୋଷ ଦୂର ହୋଇଥାଏ। ଯାହାଦ୍ବାରା ପୂର୍ବଜଙ୍କ ଆଶୀର୍ବାଦ ରୁ ବଂଶ ରେ ବୃଦ୍ଧି ହୋଇଥାଏ ଓ ଘରକୁ ସୁଖସମୃଦ୍ଧି ଆସିଥାଏ ।
ଅମାବାସ୍ୟା ରେ ଗୋ ମାତା ପୂଜନ ଗୋମାତାଙ୍କ ସେବା କରିବାର ବିଶେଷ ମହତ୍ୱ ରହିଛି । ଯାହା ଜୀବନ ରେ ଅନେକ ଦୁଃଖ ଦୂର କରିଥାଏ। ତେଣୁ ଗାଈକୁ ଏହିଦିନ ହଳଦୀ ଲଗାଇ ସ୍ନାନ କରାନ୍ତୁ ।
ଅମାବାସ୍ୟାରେ ମଧ୍ୟ ଦାନ ଧର୍ମର ଅନେକ ମହତ୍ଵ ରହିଛି । ଯେପରିକି ଆଜିର ଦିନରେ ଯଦି ଆପଣ ଅନ୍ନ ଦାନ, ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦାନ, ଗରିବଙ୍କୁ ବସ୍ତ୍ର ଦାନ କରିବେ ତେବେ ସସମସ୍ତ ଦୁଃଖର ବିନାଶ ହେବ ।
