ଭାରତ ବିପକ୍ଷ ଦିନିକିଆ ସିରିଜ ପାଇଁ ୧୭ ଜଣିଆ ଦଳ ଘୋଷଣା କଲା ଦକ୍ଷିଣ ଆଫ୍ରିକା
ଜୋହାନ୍ସବର୍ଗ : ଆସନ୍ତା ଜାନୁଆରୀ ୧୯ରୁ ଭାରତ-ଦକ୍ଷିଣଆଫ୍ରିକା ମଧ୍ୟରେ ତିନି ଟିକିଆ ଦିନିକିଆ ସିରିଜ ଆରମ୍ଭ ହେବ । ଏଥିପାଇଁ ୧୭ ଜଣିଆ ଦକ୍ଷିଣ ଆଫ୍ରିକା ଦିନିକିଆ ଦଳ ଘୋଷଣା ହୋଇଛି । ତେମ୍ବା ବାଭୁମା ଦଳର ନେତୃତ୍ବ ନେବେ । ସେହିପରି ଦ୍ରୁତ ବୋଲର ଆନରିଚ ନର୍କିଆ ଫିଟ୍ ନଥିବାବେଳେ, ଅଲ-ରାଉଣ୍ଡର ମାର୍କୋ ଜାନସେନଙ୍କୁ ପ୍ରଥମ ଥର ସ୍ଥାନ ମିଳିଛି ।
୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ ଜାନୁଆରୀ ୧୯ରୁ ଆରମ୍ଭ ହେବ ଓ ଦ୍ବିତୀୟ ମ୍ୟାଚ୍ ଜାନୁଆରୀ ୨୧ରେ ଖେଳାଯିବ । ଉଭୟ ମ୍ୟାଚ୍ ବୋଲାଣ୍ଡ ପାର୍କ, ପର୍ଲରେ ଖେଳାଯିବ । ତୃତୀୟ ତଥା ସିରିଜର ଶେଷ ମ୍ୟାଚ୍ ଜାନୁଆରୀ ୨୩ରେ ନିୟୁଲ୍ୟାଣ୍ଡ୍ସ, କେପଟାଉନରେ ଖେଳାଯିବ । ସୁପରସ୍ପୋର୍କ ପାର୍କରେ ଭାରତ ବିପକ୍ଷରେ ଜାନସେନ ନିଜର ଟେଷ୍ଟ ଡେବ୍ୟୁ କରିଥିଲେ । ଦ୍ବିତୀୟ ଇଂନିସରେ ୫୫ ରନ୍ ବ୍ୟୟରେ ୪ଟି ୱିକେଟ ହାସଲ କରି ପ୍ରଭାବିତ କରିଥିଲେ । ଏଥିସହ ପ୍ରଥମ ଇଂନିସରେ ବ୍ୟାଟ୍ରେ ମଧ୍ୟ ଉପଯୋଗୀ ଯୋଗଦାନ କରିଥିଲେ । ଅନ୍ୟପକ୍ଷରେ ପୂର୍ବରୁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ପାଇଁ ଭାରତୀୟ ଦିନିକିଆ ଟିମ ଘୋଷଣା କରିସାରିଛି। କ୍ୟାପଟେନ ରୋହିତ ଶର୍ମା ଆହତ କାରଣରୁ ସିରିଜରୁ ବାଦ୍ ପଡିଛନ୍ତି । ଫଳରେ କେଏଲ ରାହୁଲଙ୍କୁ ନେତୃତ୍ବ ଭାର ଓ ଜଶପ୍ରୀତ ବୁମରାଙ୍କୁ ଭାଇସ-କ୍ୟାପଟେନ ଭାର ମିଳିଛି ।
Seamer Marco Jansen receives his maiden #Proteas ODI squad call-up as Temba Bavuma returns to captain the side for the #BetwayODISeries against India ??
— Cricket South Africa (@OfficialCSA) January 2, 2022
Wayne Parnell, Sisanda Magala and Zubayr Hamza retain their spots ?#SAvIND #BePartOfIt pic.twitter.com/Nkmd9FBAb3
ଦକ୍ଷିଣ ଆଫ୍ରିକା ଦିନିକିଆ ଦଳ :
ତେମ୍ବା ବାଭୁମା (ଅଧିନାୟକ), କେଶବ ମହାରାଜ (ଉପ-ଅଧିନାୟକ), କ୍ବିଣ୍ଟନ ଡି କକ୍, ଜୁବେର ହମଜା, ମାର୍କୋ ଜାନସେନ, ଜନେମନ ମଲାନ, ସିସାନ୍ଦା ମଗଲା, ଆଡନ ମାର୍କ୍ରମ, ଡେଭିଡ ମିଲର, ଲୁଙ୍ଗି ନିଙ୍ଗିଡି, ୱାର୍ଣ୍ଣ ପର୍ନେଲ, ଆଣ୍ଡିଲେ ଫେହଲୁକାୟୋ, ଡ୍ବାଇନ ପ୍ରିଟୋରିସ, କାଗିସୋ ରବାଡା, ତାବ୍ରେଇଜ ସାମସି, ରସି ଭାନ ଡର ଡସନ, କେଲ ଭେରିନେ ।
ଭାରତୀୟ ଦିନିକିଆ ଦଳ :
କେଏଲ ରାହୁଲ (ଅଧିନାୟକ), ଶିଖର ଧାୱନ, ଋତୁରାଜ ଗାଏକ୍ବାଡ, ବିରାଟ କୋହଲି, ସୂର୍ଯ୍ୟ କୁମାର ଯାଦବ, ଶ୍ରେୟସ ଆୟର, ଭେଙ୍କଟସ ଆୟର, ଋଷଭ ପନ୍ତ (ୱିକେଟ କିପର), ଇଶାନ କିଶନ (ୱିକେଟ କିପର), ୟୁଜଭେନ୍ଦ୍ର ଚହଲ, ରବିଚନ୍ଦ୍ରନ ଅଶ୍ବିନ, ୱାସିଂଟନ ସୁନ୍ଦର, ଜଶପ୍ରୀତ ବୁମରା (ଉପ-ଅଧିନାୟକ), ଭୁବନେଶ୍ବର କୁମାର, ଦୀପକ ଚହର, ପ୍ରସିଦ୍ଧ କ୍ରୀଷ୍ଣା, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସିରାଜ ।
