ଡେଲ୍ଟା ଭାରିଆଣ୍ଟ କବଳରେ ସୌରଭ ଗାଙ୍ଗୁଲି
ନୂଆଦିଲ୍ଲୀ : ସୌରଭ ଗାଙ୍ଗୁଲି ନିକଟରେ କରୋନା ପଜିଟିଭ୍ ହୋଇଥିଲେ । ଫଳରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । କିନ୍ତୁ ଏବେ ନୂଆ ଖବର ସାମ୍ନାକୁ ଆସିଛି ।
ଯେଉଁଥିରେ ଗାଙ୍ଗୁଲିଙ୍କ ରିପୋର୍ଟ କରୋନାର ଡେଲ୍ଟା ଭାରିଆଣ୍ଟ ପଜିଟିଭ ଆସିଛି । ସେପଟେ ଗାଙ୍ଗୁଲିଙ୍କ ଓମିକ୍ରନ ରିପୋର୍ଟ ନେଗଟିଭ ଆସିଛି । ତାଙ୍କୁ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଆଇସୋଲେସନରେ ରଖାଯାଇଛି । ପୂର୍ବରୁ ସୌରଭଙ୍କ କୋଭିଡ୍ ରିପୋର୍ଟ କରୋନାରେ ସଂକ୍ରମିତ ହେବା ପରେ ସଙ୍ଗେସଙ୍ଗେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
