ଦୁଃଖଦ ଘଟଣା ! ପୁଅର ବାହାଘର ପ୍ରୋସେସନ ହେଲା ବାପାର ଶେଷ ଯାତ୍ରା
ମାଲକାନଗିରି : ପୁଅର ବାହାଘର ପ୍ରୋସେସନ ହେଲା ବାପାର ଶେଷ ଯାତ୍ରା । ଏଭଳି ଏକ ଦୁଃଖଦ ଘଟଣା ଘଟିଛି ମାଲକାନଗିରି ଜିଲା ଗୋଲାଡେନ ଭିଉ ହୋଟେଲ ସାମ୍ନାରେ ।
ପୁଅର ବାହାଘର ପ୍ରସେସନ ଆରମ୍ବ ହେଉଥିବା ବେଳେ ବରର ବୃଦ୍ଧ ବାପାଙ୍କର ମୃତ୍ୟୁ ଘଟିଛି । ପୁଅ ଅଙ୍କିତ ରହିଲା ଓ ମୃତ ବାପାଙ୍କ ନାମ ମହେନ୍ଦ୍ର ରହିଲା । ସେମାନେ ଦିଲ୍ଲୀର ବାସିନ୍ଦା ବୋଲି ଜଣାପଡିଛି । ବୃଦ୍ଧାଙ୍କ ମୃତ୍ୟୁ ର ଡିଜେ ଶବ୍ଦ ଯୋଗୁ ହୋଇଛି ବୋଲି ଚର୍ଚ୍ଚା ହେଉଥିବା ବେଳେ ମୃତ୍ୟୁ ର କାରଣ ସ୍ପଷ୍ଟ ଜଣାପଡିନାହିଁ । ଘଟଣା ସ୍ଥଳରେ ମାଲକାନଗିରି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
