ମଦ ପାଇଁ ବାପାଙ୍କୁ ଛୁରୀ ଭୂସି ହତ୍ୟା କଲା ପୁଅ
Bloody knife and bloodstains marked with evidence markers behind do not cross tape at crime scene
ଗଞ୍ଜାମ : ମଦ ପାଇଁ ରକ୍ତ ସମ୍ପର୍କକୁ ଭୁଲି ଗଲା ପୁଅ । ବାପା ଟଙ୍କା ନ ଦେବାରୁ ଛୁରୀ ଭୁସି ହତ୍ୟା କଲା ପୁଅ। ଏପରି ଅଭାବନୀୟ ହତ୍ୟାକାଣ୍ଡ ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ମହାଛାଇ ଗାଁରେ ରବିବାର ରାତିରେ ଘଟିଛି । ମୃତକ ହେଲେ କରୁଣାକର ସାହୁ। ହତ୍ୟାକାରୀ ପୁଅ ପ୍ରତାପ ସାହୁ ଫେରାର ହୋଇ ଯାଇଥିବା ଜଣାଯାଇଛି। ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଯେ, ରବିବାର ରାତିରେ କରୁଣାକରଙ୍କ ସାନପୁଅ ମଦ ପିଇବା ପାଇଁ ଟଙ୍କା ମଗିଥିଲା । ହେଲେ କରୁଣାକର ଟଙ୍କା ଦେବାକୁ ମନା କରିଥିଲେ । ଏଥିରେ ରାଗି ଯାଇ ସାନପୁଅ ତାଙ୍କୁ ଠେଙ୍ଗାରେ ବାଡେଇବା ସହିତ ଛୁରୀରେ ଆକ୍ରମଣ କରି ଫେରାର ହୋଇଯାଇଥିଲା । ପରିବାର ଲୋକ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା କରୁଣାକରଙ୍କୁ ଚିକିତ୍ସା ନିମନ୍ତେ ହିଞ୍ଜିଳିକାଟୁ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ l ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ l ଖବର ପାଇ କବିସୂର୍ଯ୍ୟନଗର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବା ବେଳେ ଅଭିଯୁକ୍ତକୁ ଧରି ପାରିନି। ଏହି ଘଟଣାକୁ ନେଇ ପରିବାରରେ ଶୋକର ଛାୟା ଖେଳି ଯାଇଛି ।
