ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ସଚିବଙ୍କ ଭଦ୍ରକ ଜିଲ୍ଲା ଗସ୍ତ
ଭଦ୍ରକ : ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଓଡ଼ିଶା ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀଯୁକ୍ତ ଭାସ୍କର ଜ୍ୟୋତି ଶର୍ମା ଆଜି ଭଦ୍ରକ ଜିଲ୍ଲା ଗସ୍ତରେ ଆସି କ୍ଷେତ୍ର ପରିଦର୍ଶନ ସହ ବିଭାଗୀୟ ସମୀକ୍ଷା କରିଥିଲେ । ଧାମନଗର ଠାରେ ନିର୍ମାଣଧୀନ ସମନ୍ନିତ ଭିତ୍ତିଭୁମି ପ୍ରକଳ୍ପ ପରିଦର୍ଶନ କରିବା ସହିତ ଆରଡ଼ି ନିକଟସ୍ଥ କୁଳେଇପଦା ଠାରେ ନିର୍ମାଣଧୀନ ସାଇନସ୍ ପାର୍କ ଏବଂ ପ୍ଲାନେଟୋରିଅମ ପରିଦର୍ଶନ କରିଥିଲେ । ଜିଲ୍ଲାପାଳ କାର୍ଯ୍ୟାଳୟର ସଦଭାବନା ସଭାଗୃହରେ ଜିଲ୍ଲାର ସଂପୃକ୍ତ ବିଭାଗୀୟ କାର୍ଯ୍ୟାବଳୀର ସମୀକ୍ଷା କରିଥିଲେ । ମଧୁବାବୁ ପେନସନ୍ ଯୋଜନା, ଇନ୍ଦିରା ଗାନ୍ଧୀ ଜାତୀୟ ପେନସନ୍ ଯୋଜନା, ଜାତୀୟ ପରିବାର ମଙ୍ଗଳ ଯୋଜନା , ବାଣିଶ୍ରୀ ବୃତ୍ତି, ସ୍ୱୀକୃତି ଯୋଜନା, ଇଉ.ଡ଼ି.ଆଡ଼ି ଇତ୍ୟାଦି ଯୋଜନା ବାବଦରେ ସମୀକ୍ଷା କରିଥିଲେ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରାମଦାସ ଟୁଡ଼ୁ, ଉପଜିଲ୍ଲାପାଳ ମନୋଜ ପାତ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସନ୍ତୋଷ କୁମାର ପାତ୍ର, ଜିଲ୍ଲା ସ।।ଜିକ ସୁରକ୍ଷା ଅଧିକାରୀ ପବିତ୍ର କୁମାର ଦାସ, ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସୁବାସ ଚନ୍ଦ୍ର ନାୟକ ଓ ବିଭାଗର ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ ।
