ସମାଜସେବୀ ଦର୍ଶନ ବିଶ୍ୱାଳଙ୍କ ସ୍ମୃତି ଉତ୍ସବରେ ଭିନ୍ନକ୍ଷମଙ୍କୁ ସମ୍ବର୍ନ୍ଧନା
କେନ୍ଦ୍ରାପଡ଼ : କେନ୍ଦ୍ରାପଡା ବ୍ଲକ ଅଧିନ ଆୟବା ଅଂଚଳର ବିଭିଷ୍ଟ ସମାଜସେବୀ ସ୍ୱର୍ଗତ ଦର୍ଶନ ବିଶ୍ୱାଳଙ୍କ ସ୍ମୃତି ଉତ୍ସବ ପଂଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । କେନ୍ଦ୍ରାପଡା ମହା ବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ନନ୍ଦ କିଶୋର ପରିଡା ମୁଖ୍ୟ ଅତିଥି ଓ ପଟ୍ଟାମୁଣ୍ଡାଇ ମହିଳା ମହା ବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ବିପିନ ବିହାରୀ ବାରିକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅବସର ପ୍ରାପ୍ତ ଶିକ୍ଷକ କାମ୍ପାଳ ଜେନା ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ସ୍ୱର୍ଗତ ଦର୍ଶନ ବିଶ୍ୱାଳଙ୍କ ସମାଜସେବା ଉପରେ ଆଲୋକପାତ କରିଥିଲେ । ଏ ଅବସରରେ ଦିବ୍ୟାଙ୍ଗ କୃଷକ ଭିକାରୀ ସ୍ୱାଇଁ, ବାଦ୍ୟକାର ବୈକୁଣ୍ଠ ପରିଡା, ମହିଳା ଉଦ୍ୟୋଗୀ ଦେବଯାନୀ ଘଡାଇ ପ୍ରମୁଖଙ୍କୁ ସମ୍ବର୍ନ୍ଧିତ କରା ଯାଇଥିଲା । ରବିନ୍ଦ୍ର ଜେନା ସ୍ୱାଗତ ଭାଷଣ ଓ ଦ୍ୱାରିକା ନାଥ ବିଶ୍ୱାଳ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ବିଜୟ କୁମାର ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।
